Home ଓଡ଼ିଶା ନର୍ଲା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୬ ନଭେମ୍ବର , ମଙ୍ଗଳବାର ) କଳାହାଣ୍ଡି :- ଗ୍ରାମାଞ୍ଚଳ ବିକାଶରେ ଶୃଙ୍ଖଳିତ ସାମ୍ବାଦିକତାକୁ ନେଇ ନର୍ଲା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ନର୍ଲା ବଜାର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଓଜେୟୁ ରାଜ୍ୟ ସଂପାଦକ ଶଶୀଭୂଷଣ ପ୍ରହରାଜଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ତହସିଲଦାର ତଥା ବ୍ଳକ ଭାରପ୍ରାପ୍ତ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଯୁବ ଯାତ୍ରୀ ସାହିତ୍ୟ ସାଂସଦର ସଭାପତି ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ରୂପେ ନର୍ଲା ଆଇଆଇସି ରେଣୁକା ସୁନା ଓ ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ଉପସ୍ଥିତ ରହି ଏକ ଶୃଙ୍ଖଳିତ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମଟିକୁ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ ସଭାସ୍ଥଳରେ ଶିଳ୍ପପତି ବିମଳ କେଡିଆ, କଂଗ୍ରେସ ଯୁବ ନେତା ସମୀର ଚାନ୍ଦ, କୁମୁଦ ନାଏକ ,ପଙ୍କଜିନୀ ନାଏକ, କାମିନୀ ଓ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ତ୍ରିଲୋଚନ ଗଉଡ, ଭିକାରୀ ଗଉଡ, ଅଜୟ କୁମାର ସେନାପତି, ପ୍ରଦୀପ କୁମାର ଗଉଡ, ସନ୍ତୋଷ ପାତ୍ର, ସଞ୍ଜିବ ଦାସ, ଖଗେଶ୍ବର କୁମାର, ଗଣେଶ ଭୋଇ, ନୀଳକଣ୍ଠ ବେହେରା ପ୍ରମୁଖ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ । ଏଥିରେ ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ବ୍ଳକର ଅନେକ ସାମ୍ବାଦିକମାନେ ନିଜର ମତ ଉପସ୍ଥାପନ କରିଥିଲେ । ଶେଷରେ ସାମ୍ବାଦିକ ଡୋଳାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ by Proprietor Abhimanyu Maharana October 30, 2026 ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ by Proprietor Abhimanyu Maharana October 30, 2026 Odisha poised to emerge as a global investment destination : Dr Mukesh Mahaling by Proprietor Abhimanyu Maharana October 30, 2026 ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ by Proprietor Abhimanyu Maharana October 30, 2026 Khurda Road Division Organised a Seminar on “Probity for Prosperity” during Vigilance Awareness Week 2026 by Proprietor Abhimanyu Maharana October 30, 2026 ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଧୋ ତ୍ସବ by Proprietor Abhimanyu Maharana October 30, 2026