Home ଓଡ଼ିଶା ନର୍ଲା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୬ ନଭେମ୍ବର , ମଙ୍ଗଳବାର ) କଳାହାଣ୍ଡି :- ଗ୍ରାମାଞ୍ଚଳ ବିକାଶରେ ଶୃଙ୍ଖଳିତ ସାମ୍ବାଦିକତାକୁ ନେଇ ନର୍ଲା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ନର୍ଲା ବଜାର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଓଜେୟୁ ରାଜ୍ୟ ସଂପାଦକ ଶଶୀଭୂଷଣ ପ୍ରହରାଜଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ତହସିଲଦାର ତଥା ବ୍ଳକ ଭାରପ୍ରାପ୍ତ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଯୁବ ଯାତ୍ରୀ ସାହିତ୍ୟ ସାଂସଦର ସଭାପତି ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ରୂପେ ନର୍ଲା ଆଇଆଇସି ରେଣୁକା ସୁନା ଓ ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ଉପସ୍ଥିତ ରହି ଏକ ଶୃଙ୍ଖଳିତ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମଟିକୁ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ ସଭାସ୍ଥଳରେ ଶିଳ୍ପପତି ବିମଳ କେଡିଆ, କଂଗ୍ରେସ ଯୁବ ନେତା ସମୀର ଚାନ୍ଦ, କୁମୁଦ ନାଏକ ,ପଙ୍କଜିନୀ ନାଏକ, କାମିନୀ ଓ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ତ୍ରିଲୋଚନ ଗଉଡ, ଭିକାରୀ ଗଉଡ, ଅଜୟ କୁମାର ସେନାପତି, ପ୍ରଦୀପ କୁମାର ଗଉଡ, ସନ୍ତୋଷ ପାତ୍ର, ସଞ୍ଜିବ ଦାସ, ଖଗେଶ୍ବର କୁମାର, ଗଣେଶ ଭୋଇ, ନୀଳକଣ୍ଠ ବେହେରା ପ୍ରମୁଖ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ । ଏଥିରେ ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ବ୍ଳକର ଅନେକ ସାମ୍ବାଦିକମାନେ ନିଜର ମତ ଉପସ୍ଥାପନ କରିଥିଲେ । ଶେଷରେ ସାମ୍ବାଦିକ ଡୋଳାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026