ପାକ୍ଷିକ ସମ୍ବାଦଧର୍ମୀ ପତ୍ରିକା : “କଡ଼ାଜବାବ” ଲୋକାର୍ପିତ – ଚାନ୍ଦପୁର

ଓଡ଼ିଶା ତାଜା ନ୍ୟୁଜ୍ (୧୬ ନଭେମ୍ବର , ମଙ୍ଗଳବାର ) ଟାଙ୍ଗୀ :- ଲୋକାର୍ପିତ ହେଲା କଡ଼ାଜବାବ ଜାତୀୟ ପ୍ରେସ ଦିବସ ସଂଧ୍ୟାରେ ଖୋର୍ଧା ଜିଲା ଟାଙ୍ଗୀ ଚିଲିକା କ୍ଲବ ପରିସରରେ ଅନୁଷ୍ଠିତ ସାଧାରଣ ସଭାରେ ପାକ୍ଷିକ ସମ୍ବାଦଧର୍ମୀ ପତ୍ରିକା କଡ଼ାଜବାବ ଲୋକାର୍ପିତ ହୋଇଯାଇଛି । ପତ୍ରିକାର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ଵାଳ ମାଲବାବୁଙ୍କ ପୌରହିତ୍ୟ ସଭାରେ ମୁଖ୍ୟଅତିଥିଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ ସମାଜସେବୀ ସଂଜୟ ପଟ୍ଟନାୟକ ଖୋରଧା ଜିଲା ପରିଷଦର ପ୍ରାକ୍ତନଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଟାଙ୍ଗୀ ସାମ୍ବାଦିକ ସଙ୍ଘ ସଂପାଦକ ମନୋଜ ପଟ୍ଟନାୟକ ମଞ୍ଚାସୀନ ଥାଇ ସ୍ୱବକ୍ତବ୍ୟ ପ୍ରଦାନ କରିବାସହ କଡ଼ାଜବାବର ଶୁଭ ମନାସିଥିଲେ । କରୋନା ଯୋଦ୍ଧାଙ୍କ ସ୍ମତିଚାରଣସହ ନୀରବ ପ୍ରାର୍ଥନା କରାଯାଇ ସାମ୍ବାଦିକ ସଂଘର ବହୁବିଧ ଜନମଙ୍ଗଳ କାର୍ଯ୍ୟର ବିବରଣୀ ରଖାଯାଇଥିଲା ।

ମୁଖ୍ୟ ଅତିଥି ଶ୍ରୀ ମଙ୍ଗରାଜ ସାମ୍ବାଦିକ ମାନଙ୍କ କଲ୍ୟାଣ ସୁରକ୍ଷା ଓ ବୀମା ସଂପର୍କରେ ଅବଗତ କରାଇବାସହ ଲକ୍ଷ୍ମଣ ରେଖାଭିତରେ ରହିବାକୁ ପରାମର୍ଶ ଦେବାସହ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ସଂପର୍କରେ ମତ ରଖିଥିଲେ । ପ୍ରାୟ ୫ଦଶନ୍ଧିଧରି ସାମ୍ବାଦିକତା ବୃତିରେ ନିୟୋଜିତ କଡ଼ାଜବାବର ସମ୍ପାଦକ ଶ୍ରୀବିଶ୍ଵାଳ ସଂପାଦକଭାବେ ଏହା ତାଙ୍କର ଖଡ଼ି ଛୁଆଁ ବୋଲି ନିଜସ୍ଵ ବକ୍ତବ୍ୟ ରୋକ୍ଠୋକ୍ ଭାବେ କହିଥିଲେ ଏବଂ ଆହୁରି ମଧ୍ୟ ପତ୍ନୀଙ୍କ ପ୍ରେରଣା ସମଧର୍ମୀ ସହକର୍ମୀଙ୍କ ସହଯୋଗ ସଂପର୍କରେ ଆଲୋକପାତ କରିଥିଲେ । ପତ୍ରିକାର ସଂପାଦକୀୟ ଆଲେଖ୍ୟ କ୍ଷୁଦ୍ର ହେଲେବି ଉଚ୍ଚକୋଟୀର ପ୍ରେରଣାଦାୟୀ ଓ ଅଂଗୀକାରବବ୍ଦ୍ଧତା ସଂପାଦକଙ୍କ ବିଶାଳ ହୃଦୟର ପରିଚୟ I

ଯଦିଓ ଏହିକାଗଜ ପୁନଃ ଆତ୍ମପ୍ରକାଶ ମାଳଂଚ ଟ୍ରଷ୍ଟ ଓ ଟାଙ୍ଗୀ ସାମ୍ବାଦିକ ସଙ୍ଘ ସହଯୋଗରେ ପ୍ରକାଶିତ ହୋଇଛି ମାତ୍ର ଏହା ଆପଣମାନଙ୍କର ବୋଲି ସଂପାଦକ କହିଥିଲେ I ପୂର୍ବରୁ ଓଡ଼ିଶା ତାଜା ନ୍ୟୁଜ ପତ୍ରିକାର ଶୁଭ ମନାସିଥିଲା I କୋଭିଡ଼ ମାର୍ଗଦର୍ଶୀକା ଅନୁଯାୟୀ ସଭାର ସଫଳ ପରିଚାଳନା ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡ଼ିଆ ଭାଷା କୁ ବିକୃତଭାବେ ନଲେଖିବା ଓ କଡ଼ାଜବାବ ନାଁରେ ନଠକିବା ପାଇଁ ସଂପାଦକ ଦୃଢ଼ମତ ରଖିଛନ୍ତି । ସଂପାଦକ ଜଣେ ସକୋଟ ଦୃଢ଼ମନା ନିରପେକ୍ଷ ଅଭିଜ୍ଞ ବ୍ୟକ୍ତି ତାଙ୍କ ଚିନ୍ତାଧାରାରେ ପତ୍ରିକାର ଉଜ୍ବଳ ଭବିଷ୍ୟତ ଓଡ଼ିଶାତାଜା ନ୍ୟୁଜ କାମନାକରୁଛି । ପ୍ରଥମପୃଷ୍ଠାରେ ସ୍ଥାନିତ ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟ ନିର୍ବାଚନ ଇସ୍ତାହାର ଆଇନ ପରିସରକୁ ଆସୁ ଚିଲିକା ମାତୃଭାଷା ଇତିହାସ ପୃଷ୍ଠା ପ୍ରଭୃତି ଖବର କୁ ସଭାସ୍ଥିତ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

Exit mobile version