
ଓଡ଼ିଶା ତାଜା ନ୍ୟୁଜ୍ (୧୬ ନଭେମ୍ବର , ମଙ୍ଗଳବାର ) ରଣପୁର :- ଆମର ଦାବି ସରକାର ତୁମେ ମାନିନିଅ । ପୁରୁଣା ପେନସନ ଲାଗୁକର । ଆଜି ଏପରି ନାରା ଦେଇ ରଣପୁର ବ୍ଲକର ୨୬ ଜଣ ଶିକ୍ଷକ/ଶିକ୍ଷୟତ୍ରୀ, ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଛନ୍ତି । ପ୍ରଥମେ ନନ୍ଫର୍ମାଲ ତାପରେ ଇ.ଜି.ଏସ୍ ତାପରେ ଗଣଶିକ୍ଷକ ତାପରେ ଲେବୁଲ (ଭି) ସହକାରୀ ଶିକ୍ଷକ (ଏକ୍ସକ୍ୟାଡର) ହୋଇ ଦିର୍ଘ ୩୦ ବର୍ଷ ଧରି ଶିକ୍ଷାଦାନ କରୁଥିଲେ ମଧ୍ୟ , ସେମାନଙ୍କ ପାଇଁ ପୁରୁଣା ପେନସନର କିଛି ବ୍ୟବସ୍ଥା ନାହିଁ । ଯାହା ଫଳରେ ସେମାନେ ଅବସର ନେବାପରେ , କିପରି ଚଳିବେ , ତାହା ଭାବିଲା ବେଳକୁ ଅନ୍ଧକାର ଦେଖାଯାଉଛି । ଘୋର , ଅଭାବ ଅସୁବିଧା ସହ ସେମାନେ ଦିନ କାଟୁଛନ୍ତି ।

