ଅସ୍ତିତ୍ୱ ପକ୍ଷରୁ ବାଙ୍କୀ ରେ ବିଶ୍ୱ ମଧୁମେହ ଦିବସ ପାଳିତ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର )ବାଙ୍କୀ :- ଓଡ଼ିଶାର ଅଗ୍ରଣୀ ସାମାଜିକ ପରିବେଶ ଅନୁଷ୍ଠାନ ଅସ୍ତିତ୍ୱ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ  ହେବା ସହ ସଚେତନତା କାର୍ଯ୍ୟକ୍ରମ ବାଙ୍କୀ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମ୍ପାଦକ ପ୍ରକୃତି ବନ୍ଧୁ ତଥା ସାମ୍ବାଦିକ ଗୌତମ ମିଶ୍ର ପରିଚାଳନା କରି ବାଙ୍କୀ, ଜାତମୁଣ୍ଡିଆ, ଡମପଡା, ତୁଳସୀପୁର, ରଗଡି ଆଦି ଗ୍ରାମ ରେ ଲୋକମାନଙ୍କୁ ମଧୁମେହ ସମ୍ପର୍କରେ ସଚେତନତା କରାଇ ଥିଲେ।ବାରମ୍ବାର ଭୋକ ଲାଗିବା, ବାରମ୍ବାର ଅତ୍ୟଧିକ ଶୋଷ ଲାଗିବା, ବାରମ୍ବାର ଅଧିକ ପରିସ୍ରା ଲାଗିବା,ବିନା କାରଣ ରେ ଅତ୍ୟଧିକ ଦୁର୍ବଳ ଲାଗିବା, ଝାପ୍ସା ଦେଖା ଯିବା, ହାତ ପାଦ ଜଳା ପୋଡା ହେବା ଆଦି ଲକ୍ଷଣ ଦେଖା ଦେଲେ ରକ୍ତ ର ଶର୍କରା ପରୀକ୍ଷା କରିବା ଆବଶ୍ୟକ ।

ଶରୀର ର ଓଜନ ଠିକ ପରୀକ୍ଷା କରିବା ସହ ନିୟମିତ ଯୋଗ ପରାୟଣମ ସକାଳେ ସନ୍ଧ୍ୟା ରେଚାଳିବାଅବଶ୍ୟକବୋଲିଶ୍ରୀମିଶ୍ରବୁଝାଇଥିଲେ । ଏଥିସହ ବାଙ୍କୀ ବଜାର ରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ମିଶ୍ର ଏକ ମଧୁମେହ ପରୀକ୍ଷା ଶିବିର କରିଥିଲେ ଏହି ଶିବିର ରେ ୨୦ଜଣ ବ୍ୟକ୍ତି ପରୀକ୍ଷା କରିଥିଲେ ସେମାନଙ୍କ ରକ୍ତ ରୁ ମଧୁମେହ ପରୀକ୍ଷା କରାଯାଇଥିଲା । ସେଥିରୁ ୫ଜଣଙ୍କ ମଧୁମେହ ଚିହ୍ନଟ ହୋଇଥିଲା ସେମାନଙ୍କୁ  ଡାକ୍ତର ଔଷଧ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଅମିତ ସାହୁ, ଦୀପକ ସାମନ୍ତରା,ଦେବୀ ପ୍ରସାଦ ପଣ୍ଡା,ଉଲ୍ଲାସ ବେହେରା,ପ୍ରକାଶ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version