Home ଓଡ଼ିଶା ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବିରେ ସର୍ବ ସାଧାରଣ ଜନ ସମାବେଶ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ସରସ୍ୱତୀ ଶିଶୁ ମନ୍ଦିର, ନର୍ଲା ପରିସରରେ ଆଜି ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବୀରେ ଏକ ସର୍ବ ସାଧାରଣ ଜନ ସମାବେଶ ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନର୍ଲା ଜୋନ ୩ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ, ନର୍ଲାବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଂଗ୍ରେସ ବ୍ଲକ ସଭାପତି ସମୀର ଚାନ୍ଦ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ଶିଳ୍ପପତି ବିମଳ କେଡିଆ, ବିଜେପିର ବରିଷ୍ଠ ନେତା ପର୍ଶୁରାମ ପଣ୍ଡା, ବୁଦ୍ଧିଜିବୀ ତଥା ପୂର୍ବ ସରପଞ୍ଚ ଥବିରାମ ବୁଦ୍ଧିଆ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ । ବୈଠକରେ ଉପସ୍ଥିତ ସମସ୍ତେ ମତବ୍ୟକ୍ତ କରି କହିଥିଲେ ଭୌଗୋଳିକ ଦୃଷ୍ଟି କୋଣରୁ ନର୍ଲା ହିଁ ଉପଯୁକ୍ତ ସ୍ଥାନ ଉପଖଣ୍ଡ ହେବାପାଇଁ, କାରଣ କର୍ଲାମୁଣ୍ଡା, ମ.ରାମପୁର ଓ ଲାଞ୍ଜିଗଡ ବ୍ଲକର ମଧ୍ୟସ୍ଥଳରେ ନର୍ଲାବ୍ଲକ ଥିବାରୁ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦେବାପାଇଁ ଆଜିଠୁଁ ଆନ୍ଦୋଳନ ଜାରି ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୁଲ୍ଲଭ ମାହାର, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ବିଜେପି ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ସରୋଜ ବୁଦ୍ଧିଆ, ସମାଜସେବୀ କାମିନୀ କିନ୍ନରଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜିବୀ ଯୋଗଦାନ କରି ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବୀରେ ନିଜର ମତାମତ ଉପସ୍ଥାପନା କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026