Home ଓଡ଼ିଶା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କୁ ପୋଛ ବାକରିବା ଲକ୍ଷ୍ୟରେ ବିଜେଡି : ଆଉଜଣେ ବିଧାୟକ ପ୍ରାର୍ଥୀ ମିଶିଲେ ଦଳରେ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) କୋରାପୁଟ :- ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିରୋଧୀଙ୍କୁ ପୋଛ କରିବା ସହିତ ନିଷ୍କଣ୍ଟକ ହେବା ଲକ୍ଷ୍ୟରେ ଲାଗି ପଡିଛି ବିଜୁଜନତା ଦଳ । ଯେଉଁଥିପାଇଁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଥିବା ପ୍ରାୟତଃ ସମସ୍ତ ବିରୋଧୀ ଶିବିରକୁ ନେତୃତ୍ବ ଶୂନ୍ଯ କରି ପୋଛି ଦେବା ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୈତରଣୀକୁ ପାରି ହେବା ପାଇଁ ଏକପ୍ରକାର ବିଦ୍ଧିବଦ୍ଧ ଯୋଜନା ପ୍ରସ୍ତୁତ କରି ସେଥିରେ ସଫଳ ହେବାପାଇଁ ଚେଷ୍ଟା ଚଳାଇଛି। ଏହାର ନେତୃତ୍ଵ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ ନେଇଥିବା ଦଳୀୟ ମହଲରୁ ଶୁଣାଯାଉଛି। ଯେଉଁମାନେ ବିରୋଧୀ ଦଳରେ ଥାଇ କାଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ମୂଳୁ ମାଇଲେ ଜୀବ ଶରୀ ନ୍ଯାୟରେ ଯେଉଁ ମାନେ ବିଜେଡି ଓ ବିଜେପିରେ ଥାଇ ନେତୃତ୍ବ ନେଉଥିଲେ “, ଏପରିକି ଗତ ବିଧାନସଭା ନିର୍ବାଚନରେ ପ୍ରମ୍ମୁଖ ବିରୋଧୀ ଦଳ ପକ୍ଷରୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନଙ୍କୁ ଶାସକ ବିଜୁ ଜନତା ଦଳ ନିଜ ଦଳରେ ସାମିଲ କରି ବିରୋଧୀ ଶୂନ୍ଯ କରିବା ପାଇଁ ଚେଷ୍ଟା ଚଳାଇଛି ଦଳ। ଏହି ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା କୈଳାସ ଚନ୍ଦ୍ର କୁଲେସିକାଙ୍କୁ ନିଜ ଦଳରେ ସାମିଲ କରିଥିବା ବେଳେ ସେ ତାଙ୍କର ସମର୍ଥକ ଓ ବହୁ ସଂଖ୍ୟକ କର୍ମୀ ମାନଙ୍କୁ ଆଣି ମଙ୍ଗଳବାର ବିଜେଡ଼ି ରେ ମିଶିଛନ୍ତି। ଏନେଇ ଏକ କାର୍ଯ୍ୟକ୍ରମ ଜିଲା ସଭାପତି ଇଂ ଈଶ୍ଵର ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଯେଉଁ ଠାରେ ଜିଲା ପର୍ଯ୍ୟବେକ୍ଷକ ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ସମେତ ଜିଲାର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ। ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା କୁମୁଦ ଚନ୍ଦ୍ର ସାଉନ୍ତା ତାଙ୍କ ସମର୍ଥକ ମାନଙ୍କୁ ନେଇ ବୁଧବାର ସନ୍ଧ୍ୟାରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିଥିବା ବେଳେ । ସେ ଗୁରୁବାର ଦିନ ଦଳର ସଂଗଠନ ସମ୍ପାଦକ ବବି ଦାସଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟ ରେ ବିଜେଡି ରେ ମିଶିଛନ୍ତି । ତାଙ୍କ ସହିତ ତାଙ୍କର ସମର୍ଥକ ମାନେ ମଧ୍ୟ ଯାଇଛନ୍ତି। ଏଥିସହିତ ବିଜେଡିର ଅନେକ କର୍ମୀ ମଧ୍ୟ ଯାଇଥିବା ଜଣାଯାଇଛି। ପ୍ରାୟ ୨୦ ରୁ ଊର୍ଦ୍ଧ୍ବ ଚାରି ଚକିଆ ଯାନ ଏଠାରୁ ଭୁବନେଶ୍ବର ଅଭିମୁଖେ ବାହାରିଛି । ତେବେ ବର୍ତ୍ତମାନ ପ୍ରାୟତଃ ଏକାଧିକ ବିଧାୟକ ପ୍ରାର୍ଥୀ ଦଳରେ ମିଶିବା କାରଣ ରୁ ଆଗାମୀ ଦିନରେ ଦଳ ପାଇଁ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହାକୁ ନେଇ ନାନା ପ୍ରକାରର କଥା ଶୁଣାଯାଉଛି । ସେହିପରି ଯେଉଁ ମାନେ ଗତ ବିଧାନସଭା ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ହୋଇ ଥିଲେ ସେମାନେ ସବୁ ବିଜୁଜନତା ଦଳରେ ସାମିଲ ହେବା ପରେ ବିଜେପି ଓ କଂଗ୍ରେସ ବର୍ତ୍ତମାନ କାହାକୁ ନିର୍ବାଚନ ମଣ୍ଡଳୀର ନେତୃତ୍ବ ଦାୟୀତ୍ବ ଦେଉଛନ୍ତି ତା’ଉପରେ ସମସ୍ତଙ୍କ ନଜର । ସେହିପରି ଯେଉଁ ମାନେ ଗୋଟିଏ ଦଳ ଛାଡ଼ି ବିଜେଡିରେ ମିଶୁଛନ୍ତି ଆଗାମୀ ବିଧାନସଭା ନିର୍ବାଚନ ସମୟରେ ସେମାନଙ୍କର କଣ ହେବ ତାହା ଜଣାପଡି଼ବ । ସୂଚନା ଯୋଗ୍ୟ ଗତ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଭୁଜାନି ଏହି ନିର୍ବାଚନମଣ୍ଡଳୀରୁ ଅଳ୍ପ ସଂଖ୍ୟକ ଭୋଟ ରେ ଜିତି ଥିବା ବେଳେ ସେତେବେଳେ କଂଗ୍ରେସର କୈଳାସ ଚନ୍ଦ୍ର କୁଲେସିକା ତାଙ୍କ ଠାରୁ ଏହି ଅଳ୍ପ ବ୍ଯବଧାନରେ ହାରିଥିଲେ । କିନ୍ତୁ କୁମୁଦ ଚନ୍ଦ୍ର ସାଉନ୍ତା ପ୍ରାୟ ୧୯ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଏହିପରି ଅନ୍ୟ ଏକ ସୂତ୍ରରୁ ଶୁଣିବାକୁ ମିଳୁଛି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିଲାବେଳେ କୁମୁଦ ଙ୍କୁ କୁଆଡେ କୋରାପୁଟ ଜିଲା ପରିଷଦ ର ଉପସଭାପତି ପଦରେ ଅଧିଷ୍ଠିତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ଯେଉଁଥିପାଇଁ ସେ ବିଜେପି ଛାଡ଼ି ବିଜେଡି ରେ ମିଶିଥିବା ଶୁଣାଯାଉଛି । ସୂଚନା ମୁତାବକ କୁମୁଦ ଲକ୍ଷ୍ମୀପୁର ପଞ୍ଚାୟତ ସମିତିରେ ଦୁଇଥର ଅଧ୍ଯକ୍ଷ ଥିଲେ । ସେହିପରି କାଶିପୁର ବ୍ଲକ ଟି ଲକ୍ଷ୍ମୀପୁର ବିଧାନସଭା ଅଧିନରେ ଥଲା ବେଳେ ୨୦୦୮ ମସିହାରେ ସେତେବେଳେ ଥିବା ବିଧାୟକ ଅନନ୍ତ ରାମ ମାଝୀଙ୍କ ମୃତ୍ୟୁ ପରେ ଯେଉଁ ଉପ ନିର୍ବାଚନ ହୋଇଥିଲା ସେତେବେଳେ କୁମୁଦ ସମାଜ ବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ବିଜେଡିରେ ମିଶିଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ପୁଣି ବିଜେପିର ପ୍ରାର୍ଥୀ ହୋଇଥିଲେ, ତେବେ ବର୍ତ୍ତମାନ ପୁଣି ସେ ଗୁରୁବାର ବିଜେଡିରେ ଯୋଗଦେଇ ଛନ୍ତି । Categories: ଓଡ଼ିଶା, କୋରାପୁଟ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026