ଗର୍ଭଣା ଠାରେ ନିଶୁଳ୍କ ମଧୁମୟ ଓ ଚକ୍ଷୁ ଚିକିତ୍ସା ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ବରଗଡ଼ :- ଲାୟନ୍ସ କ୍ଲବ ପକ୍ଷରୁ ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଠାରେ ମାଗଣା ମଧୁମୟ ଓ ଚକ୍ଷୁ ଚିକିତ୍ସା ଶିବିର ଆଜି ଆୟୋଜିତ ହୋଇଯାଇଛି । ଶିବିର କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ସାହୁ, ଉପସ୍ଥିତ ଥିଲେ ।

ଶିବିର କୁ ଡାକ୍ତର ନିଶାନ୍ତ ଦେବତା, ଡାକ୍ତର ରକେଶ ଗୋୟଲ, ଡାକ୍ତର ଶୁଶିଲ କର, ଡାକ୍ତର ପ୍ରବୀଣ ଅଗ୍ରୱାଲ ପ୍ରମୁଖ ଚିକିତ୍ସା କରିଥିଲେ । ଲାୟନ୍ସ କ୍ଲବ ସଭାନେତ୍ରୀ ଅନୀତା ଲାଠ ଙ୍କ ତତ୍ବାବଧାନରେ କ୍ଲବ ର ସଭ୍ୟ ସଭ୍ୟା ମାନେ ଶିବିର ପରିଚାଳନା କରିଥିଲେ ।

 

Exit mobile version