ଭୂମିହୀନ ଙ୍କୁ ମିଳୁନାହିଁ ଜମି ; ବରପାଲି କୁସନପୁରୀ ରାଜସ୍ୱ ନିରୀକ୍ଷକ ଙ୍କ ଅଫିସରେ ତାଲା

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ବରଗଡ଼ :- ଭୂମିହୀନ ଙ୍କୁ ଜାଗା ଦେବାକୁ ସରକାର ଯୋଜନା କରୁଛନ୍ତି କିନ୍ତୁ ଏହାର ବାସ୍ତବିକ ଚିତ୍ର ଅଲଗା । ବରଗଡ଼ ଜିଲ୍ଳା ବରପାଲି ବ୍ଲକ ଅନ୍ତର୍ଗତ କୁସନପୁରୀ ଗାଁ ର ୫୮ ଜଣ ଭୂମିହୀନ ପରିବାରକୁ ସରକାର ୧୯୯୦ ମସିହାରେ ୪ ଡିସମିଲ ଜାଗା ର ପଟ୍ଟା ପ୍ରଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଜମି ରେ ଦଖଲ ଦେଈ ନାହାଁନ୍ତି । ଯାହା ଫଳ ରେ ଗରିବ ଲୋକ ନିଜକୁ ଠକେଇ ହୋଇଥିବା ଅନୁଭବ କରୁଛି ।

ଜମି ର ମାଲ ଗୁଜାରୀ ପଇଠ କରୁଥିଲେ ବି ଜମି ଦଖଲ କରିବାକୁ ତହସିଲଦାର ମନା କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଭୂମିହୀନ ପରିବାର ପକ୍ଷରୁ କୁସନପୁରୀ ଆର.ଆଇ ଅଫିସ ରେ ତାଲା ମାରି ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ବିଜେପୁର ଗସ୍ତ ପୂର୍ବରୁ ଏହାର ଯଦି ସମାଧାନ ନ ହୁଏ ତା ହେଲେ ଜୋରଦାର ଵିରୋଧ କରିବା କୁ ଚେତାବନୀ ଦେଇଛନ୍ତି ।

Exit mobile version