୧୨ରେ କଂଗ୍ରେସର : ୬ଘଣ୍ଟା ବନ୍ଦ ନେଇ – ଥାନାରେ ଦାବୀ ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ପକ୍ଷରୁ ୬ ଘଣ୍ଟା ବନ୍ଦ ପାଳନ ନେଇ ଦାବି ପତ୍ର ପ୍ରଦାନ କରାଇଛି । କଂଗ୍ରେସ କମିଟି ଓଡ଼ିଶା ସଭାପତି ନିରଞ୍ଜନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ୧୨ ତାରିଖ ଦିନ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ।

ଏ ନେଇ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ମଧ୍ୟ ଏହି ବନ୍ଦ ପାଳନକୁ ସମର୍ଥନ କରିବ ବୋଲି ଏକ ଦାବି ପତ୍ର ବ୍ଲକ ସଭାପତି ଶଙ୍କର ପ୍ରଧାନ, ଅଡ଼ବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ରମେଶ ବିଷୋୟୀ ଓ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ରେ ମୋହନା ଥାନା ଅଧିକାରୀ ଓ ଅଡ଼ବା ଥାନା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

Exit mobile version