ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ : ୭୦ତମ ଜିଲ୍ଲା ସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉତ୍ସବ ପାଳିତ 

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :-  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଗଜପତିଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ୭୦ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ପ୍ରଣୀ ଚିକିତ୍ସାଧିକାରୀ ଡଃ.ଶ୍ରୀନିବାସ ସାହୁ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ରୁପେ ଯୋଗଦେଇ ଗୋ ପୂଜନ ଓ ଗୋ-ବତ୍ସା ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମିର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ସମ୍ମାନିତ ଅତିଥି ଭାବେ ଉତ୍କଳ ଗୋ ମଙ୍ଗଳ ବିକାଶ ପରିଷଦର ସଭାପତି ହୃଷୀକେଶ ଗୌଡ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋ ମାତା ପୂଜନ କରାଯାଇଥିଲା ଅତିଥିମାନେ ଗୋ-ବତ୍ସା ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଏହି ଉତ୍ସବରେ ୭ଟି ବ୍ଲକର ଶତାଧିକ ଗୋ ପାଳକ ଚାଷୀ ଯୋଗ ଦେଇଥିଲେ । ଶେଷରେ ଗୋ-ବତ୍ସା ପ୍ରଦର୍ଶନୀରେ ଭଗ ନେଇଥିବା ଚାଷୀମାନଙ୍କ ମଧ୍ୟରୁ ସଫଳ ଗୋ ପାଳକମାନଙ୍କୁ ମାନପତ୍ର ସହିତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।

 

ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ.ରମାକାନ୍ତ ରଣା,ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡଃ.ପ୍ରଦୀପ କୁମାର ସାହୁ ଓ ଡଃ.ନାରାୟଣ ମହାପାତ୍ର,ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଧେଶକ ଡଃ.ବିଧୂତ ଶେଖର ମିଶ୍ର ଏବଂ ୭ଟି ବ୍ଲକର ଗୋଷ୍ଠି ପ୍ରାଣୀ ଚିକିତ୍ସାଧିକାରୀ,ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରିକ୍ଷକମାନେ ଯୋଗ ଦେଇଥିଲେ । ଏହି ସଭାରେ ଡଃ.ଅଭିଜିତ ମିଶ୍ର,ଉପଲଡା ପ୍ରାଣୀ ଚିକିତ୍ସକ ଓ ଗୌରହରି ବେହେରା ବି.ସିତାପୁର ଗ୍ରାମର ପ୍ରାଣୀଧନ ନିରୀକ୍ଷକଙ୍କୁ ସମ୍ମାନୀତ କରାଯାଇଥିଲା । ସର୍ବଶେଷରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ

Exit mobile version