ମୋହନା ପୋଲିସ ଦ୍ଵାରା : ଅଟୋ ସହ ଗଞେଇ ଜବତ – ଗଞେଇ ଅଟୋ ଡ୍ରାଇଭର ଓ ଚୋରା ଚାଲାଣକାରୀ ପୋଲିସ ଆଖିରେ ଧୁଳି ଦେଇ ଚମ୍ପଟ 

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲା ମୋହନା ଥାନା ପୋଲିସ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଟୋ ସହ ଗଞ୍ଜେଇ ଜବତ କରିଥଲେ ମଧ୍ୟ ଅଟୋ ଚାଳକ ସହ ଗଞେଇ ଚୋରା ଚାଲାଣ କାରୀଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହେଇଛି । ଚୋରା ବେପାରୀ ପୋଲିସ ଆଖିରେ ଧୁଳି ଦେଇ ଚମ୍ପଟ ମାରିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ମୋହନା ଥାନା ଅନ୍ତର୍ଗତ କାଳିଆପେଟା ଛକ ନିକଟରେ ଓଡି ୦୭ ଏଫ୍‌୨୦୯୩ ଗାଡିରେ ୧୧୪କେଜି ଗଞ୍ଜେଇକୁ କେତେକ ବସ୍ତାରେ ପ୍ୟାକେଟ କରାଯାଇ ଏକ ଅଟୋରିକ୍ସା ଦ୍ୱାରା ବାହାର ରାଜ୍ୟକୁ ଚୋରାଚାଲାଣ କରୁଥିବା

ସମୟରେ ମୋହନା ଥାନା ପୋଲିସ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଗଞ୍ଜେଇ ଗାଡିଟିକୁ ଚଢାଉ କରି ଗଞ୍ଜେଇକୁ ଜବତ କରାଯାଇଛି । ହେଲେ ଦୁରରୁ ପୋଲିସକୁ ଦେଖି ଅଟୋ ଡ୍ରାଇଭର ଓ ଚୋରା ଚାଲାଣକାରୀ ଦୌଡି ଚମ୍ପଟ ମାରିଥିବା ନେଇ ମୋହନା ପୋଲିସସଫେଇଦେଇଥିବା ଜଣାପଡିଛି । ଆଟୋରୁ ୪ଗୋଟି ବସ୍ତାରେ ଗଚ୍ଛିତ ଥିବା ୧୧୪କିଲୋ ଗଞ୍ଜେଇକୁ ପୋଲିସ ଜବତ କରିଛି । ଏ ନେଇ ମୋହନା ଥାନାରେ କେସ ନମ୍ବର ୨୧୩/୨୧ରେ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୁଚନା ଦେଇଛନ୍ତି ।

Exit mobile version