ରୁପ୍ରାରୋଡ, ମାଣ୍ଡେଲ ଓ ଭୀମକେଲା ଗ୍ରାମ ପଞ୍ଚାୟତରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର )କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ, ଭୀମକେଲା ଓ ମାଣ୍ଡେଲ ଗ୍ରାମ ପଞ୍ଚାୟତ ପରିସରରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏ ସବୁ ସ୍ଥାନରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ କାର୍ଡ ବଣ୍ଟନ କରିବା ସହ କାର୍ଡର ଉପକାରିତା ଓ ବ୍ୟବହାର ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ରୁପ୍ରାରୋଡ ଗ୍ରାମ ପଞ୍ଚାୟତରେ ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ରଣା, ସମିତି ସଭ୍ୟ କିଶୋର ଚନ୍ଦ୍ର ଭୋଇ, ନର୍ଲା ସରପଂଚ ସଂଘ ସଭାପତି ଚିରଞ୍ଜିବୀ ଗୈାଡିଆ, ନର୍ଲା ସିଡିପିଓ ନିର୍ବାସିନୀ ବିଶ୍ଵାଳ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଫେଦ ନାଗ, ଜିଆର.ଏସ ସୁଶାନ୍ତ ସେଠୀ, ଯୋଗାଣ ସହାୟକ ପ୍ରମୋଦ କୁମାର ଶର୍ମାଙ୍କ ଉପସ୍ଥିତିରେ କାର୍ଡ ବଣ୍ଟନ କରାଯାଇଥିଲା ।

ଭୀମକେଲା ଗ୍ରାମ ପଞ୍ଚାୟତ ପରିସରରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ସହ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ସରପଞ୍ଚ ଜୟନ୍ତୀ ସୁନା, ସିଡିପିଓ ନିର୍ବାସିନୀ ବିଶ୍ଵାଳ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଫେଦ ନାଗ, ଜି.ଆର.ଏସ ସୁଶାନ୍ତ ସେଠୀ, କର୍ଣ୍ଣ ମହାନନ୍ଦ,ଯୋଗାଣ ସହାୟକ ବିକ୍ରମ ସାହୁ, ଜୟରାମ ବଗର୍ତ୍ତି, ଅଙ୍ଗନୱାଡି କର୍ମୀ କଳ୍ପି ବୈଠାରୁ, ଆଶା କର୍ମୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ମାଣ୍ଡେଲ ଗ୍ରାମ ପଞ୍ଚାୟତ ଠାରେ ନର୍ଲା ବିଧାୟକ ଓ ବିଡ଼ିଓଙ୍କ ସହ ସ୍ଥାନୀୟ ସରପଞ୍ଚ ମନୋରମା ବାରିକ, ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ, ସିଡିପିଓ ନିର୍ବାସିନୀ ବିଶ୍ଵାଳ, ବିଜୟୀ ଶ୍ରୀ ସିଂ, ସସ୍ମୀତା ହୋତା , ଅନୁପ ବିଶ୍ବାଳଙ୍କ ସହଯୋଗରେ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ରୁପ୍ରାରୋଡ ଗ୍ରାମ ପଞ୍ଚାୟତରେ ୧୭୬୪ ହିତାଧିକାରୀ ଓ ଭୀମକେଲା ଗ୍ରାମ ପଞ୍ଚାୟତରେ ୧୦୨୯ ହିତାଧିକାରୀ ବିଜୁ ସ୍ଵାସ୍ଥ୍ୟ କାର୍ଡ ଯୋଜନାରେ ଉପକୃତ ହେବେ ବୋଲି ଜଣାଯାଏ।

Exit mobile version