ମୋହନାବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୨୦୨୧ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ପାଇଁ ବହୁ ଆଡ଼ମ୍ବର ନ କରି କଟଜଣା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଆରସିସି ତଥା ଏବିଓ ଯୁଧିଷ୍ଠିର ବେହେରା, ମୁଖ୍ୟ ବକ୍ତା ଭାବେ ଏବିଓ କୁନା ପାତ୍ର, ସମ୍ମାନୀତ ଅତିଥି ଏବିଓ ନାରୁଶୁ କଅଁର ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଥମେ ଦୀପ ପ୍ରଜ୍ଜନନ କରିଥିଲେ ।

ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର / ଛାତ୍ରୀ ମାନେ ଗୀତ,ନୃତ୍ୟ, ଭାଷଣ, ଚିତ୍ରାଙ୍କନରେ ଭାଗ ନେଇଥିଲେ । ପ୍ରତିଯୋଗୀତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର /ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ଥ ସିଆରସିସି , ଶିକ୍ଷକ ଶିକ୍ଷୟିତ୍ରୀ, ବିଆରଟି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶଙ୍କର ପଣ୍ଡା ପରିଚାଳନା କରିଥିଲେ ।

Exit mobile version