ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବାଙ୍କୀ ବିଜେପି ପକ୍ଷରୁ ବିରୋଧ ଓ କଳାପତାକା ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ବାଙ୍କୀ :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅରିଲୋ ଠାରେ ମେଗା ଆଧୁନିକ ଦୁଗ୍ଧ ପ୍ଲାଣ୍ଟ୍ (ଓଫେଡ)ଉଦ୍‌ଘାଟନ କରିବାକୁ ଆସିଥିଲେ । ଏହି ଅବସରରେ ବାଙ୍କୀ ନିର୍ବାଚନୀ ମଣ୍ଡଳୀ ବିଜେପି ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ୱ ଭାଜପା କର୍ମୀ ମମିତା ମେହର ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ଥଫା ଦାବିରେ କଳାପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମସ୍ତ ବିକ୍ଷୋଭକାରୀ ବାଙ୍କୀ ବିଜେପି କର୍ମୀମାନଙ୍କୁ ପୋଲିସ୍ ଉଠାଇ ନେଇ ନିକଟସ୍ଥ ବାରଙ୍ଗ ଥାନାରେ ଅଟକ ରଖିଥିଲା ।

ଯେପର୍ଯ୍ୟନ୍ତ ମମିତା ମେହରକୁ ନ୍ୟାୟ ନମଳିଛି ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ବିରୁଦ୍ଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ନଗର ବିଜେପି ସଭାପତି ସଂଜୟ ରଣା, ବାରଙ୍ଗ ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର, ଡମପଡ଼ା ମଣ୍ଡଳ ସଭାପତି ବିନୋଦ ଦାସ, ପ୍ରଭାସ ରାଉତ, ପ୍ରସନ୍ନ ବେହେରା, ଜଗନ୍ନାଥ ନାୟକ, ଅର୍ଜୁନ ପ୍ରଧାନ, ସୁନୀଲ୍ ସାହୁ, କାଳନ୍ଦୀ ପରିଡା, ତପନ ରାଉତ, ପ୍ରଭାକର ନାୟକଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦେଇଥିଲେ ।

Exit mobile version