
ନୟାଗଡ ବ୍ଲକ ,ରିପୋର୍ଟ / ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍ ) ୩୦ ଏପ୍ରିଲ, ଗୁରୁବାର :- ନୟାଗଡ ବ୍ଲକ : ବାଲୁଗାଁ,ଇକିରି,ନୋତର ପଞ୍ଚାୟତର କଲ୍ୟାଣ ମଣ୍ତପରେ ହୋଇଥିବା ସଙ୍ଗରୋଧ କୋଠରୀକୁ ସାନିଟାଇଜ୍ କଲା ଅଗ୍ନିଶମ ସେବା ବିଭାଗ । ନୟାଗଡ ପୌରାଞ୍ଚଳ କର୍ତ୍ତୁପକ୍ଷ ଆଉ ଅଗ୍ନିଶମ ସେବା ବିଭାଗ(ଫାୟାର ସର୍ଭିସ୍) ସମଗ୍ର ଅଞ୍ଚଳକୁ ସାନିଟାଇଜ୍ କରୁଥିବା ବେଳେ ଏହି କ୍ରମରେ ନୟାଗଡ ବ୍ଲକରେ ମଧ୍ୟ ସାନିଟାଇଜ କାର୍ଯ୍ୟକ୍ରମକୁ ଯୋରଦାର କରିଛି ଏଠାକାର ଫାୟାର ସର୍ଭିସ୍ ବିଭାଗ ।
ଏହାର ପ୍ରମୁଖ ଅଧିକାରୀ ଟି.ପି.ଦଳାଇଙ୍କ ନେତୄତ୍ୱରେ ସମସ୍ତ କର୍ମଚାରୀ ବେଶ୍ ଦକ୍ଷତାର ସହ ଏହି ବ୍ଲକର ବାଲୁଗାଁ,ଇକିରି,ନୋତର ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ତପରେ କୋଭିଡ୍ ୧୯ ର ମୁକାବିଲା ପାଇଁ ନିର୍ମିତ ସଙ୍ଗରୋଧ କୋଠରୀ ଗୁଡିକର ସାନିଟାଇଜ୍ କରାଯାଇଛି । ଏଥିପାଇଁ ସେ ପଞ୍ଚାୟତ ଗୁଡିକରେ ଆନନ୍ଦ ପ୍ରକାଶ ପାଇଥିବା ଜଣାପଡିଛି ନୟାଗଡ ଅସ୍ଥାୟୀ ପରିବା ମାର୍କେଟ ସାନିଟାଇଜ ମଧ୍ୟ ମ୍ୟୁନିସିପାଲିଟିର ମୁଖ୍ୟ ଅଧିକାରି ସନ୍ତୋଷ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଛି ।
