ଗାଁ କୁ ଯାଇ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ ତହସିଲଦାର

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର ) ବୈପାରିଗୁଡା :- ଗାଁ ସ୍ତରକୁ ନିଜେ ଯାଇ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ସଜୀଂବ କୁମାର ସାହୁ ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ! ପାପ୍ତ ସୂଚନାନୁଯାୟୀ ବୈପାରିଗୁଡା ତହସିଲ ପକ୍ଷରୁ ବୈପାରିଗୁଡା ବ୍ଲକ ରାମଗିରି ପଂଚାୟତର ନୂଆଗୁଡା ଓ ଚିଲିପାଯୋଡି ଗାଁ ର ୧୭ ଜଣ ଜଙ୍ଗଲ ଜମି ହିତାଧିକାରୀ ଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିବା ସହ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ !

ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈପାରିଗୁଡା ତହସିଲଦାର ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ତ୍ରିପାଠୀ ଏବଂ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସଂଜିବ କୁମାର ସାହୁ, ରାଜସ୍ୱ ନିରୀକ୍ଷକ ପ୍ରତାପ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ ହିତାଧିକାରୀ ଙ୍କୁ ପଟ୍ଟା ବାଣ୍ଟିଥିଲେ ।

Exit mobile version