ରାତ୍ରି କାଳୀନ ବିଜୁଳିକାଟ ଓ ମୋବାଇଲ ନେଟୱର୍କ ସମସ୍ୟା ନେଇ ରାଜ୍ୟସଭା ସାଂସଦଙ୍କୁ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର ) କଳାହାଣ୍ଡି :- ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗ୍ରାମ ପଞ୍ଚାୟତରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ରାତ୍ରି କାଳୀନ ବିଜୁଳିକାଟ ବନ୍ଦ କରିବା ସହିତ ମୋବାଇଲ ନେଟୱର୍କ ସୁବିଧା ପ୍ରଦାନ ପାଇଁ ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କ ଅଭିଯୋଗ ଜଣାଇଥିଲେ କମର୍ଦ୍ଧା ପଞ୍ଚାୟତବାସୀ । ଅଭିଯୋଗ ପତ୍ରଟିକୁ ଭୀମରାଓ ଆମ୍ବେଦକର କ୍ଲବ ମୁଣ୍ଡାଗାଁର ସଭାପତି ବିଭୁତି ଭୁଷଣ ତାଣ୍ଡି ରାଜ୍ୟସଭା ସାଂସଦଙ୍କୁ ପ୍ରଦାନ କରି ଉକ୍ତ ମୈ।ଳିକ ସୁବିଧା ପାଇଁ ଅନୁରୋଧ କରିଥିଲେ ।

ଗୋଟିଏ ପଟେ ଭାରତ ଡିଜିଟାଲ ଇଣ୍ଡିଆର ସ୍ଵପ୍ନ ଦେଖୁଥିବା ବେଳେ କମର୍ଦ୍ଧା ଓ ଭୁର୍ଟିଗଡବାସୀ ମୋବାଇଲ ସୁବିଧା ଠାରୁ ବଞ୍ଚିତ ରହିବା ଅତି ଦୁଃଖର କଥା ବୋଲି ସାଂସଦଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସହିତ ଲାଞ୍ଜିଗଡ଼ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନାଙ୍ଗା, କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ଲାଞ୍ଜିଗଡ଼ ବ୍ଲକ ଆତ୍ମା ଅଧ୍ୟକ୍ଷ ବିରାଜ ପନ୍ଦର ଉପସ୍ଥିତ ଥିଲେ ।

Exit mobile version