ଠକ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ନୟାଗଡ଼ :- ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ ଗଞ୍ଜାମ ଏବଂ ଢେ଼ଙ୍କାନାଳ ଜିଲ୍ଲାରେ, ଘରୋଇ ଶିକ୍ଷା ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା କମ୍ପ୍ୟୁଟର ପ୍ରମାଣପତ୍ର ପ୍ରତ୍ୟାଖ୍ୟାନ ହବା ପରେ, ନୟାଗଡ଼ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କ ର ସ୍ବାର୍ଥ ରକ୍ଷା ଉଦ୍ଦେଶ୍ୟ ରେ ଆଜି ନୟାଗଡ଼ ଜିଲ୍ଲାର ସ୍ବୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ମାନଙ୍କ ତରଫରୁ ଧିରେନ୍ଦ୍ର ପଟ୍ଟନାୟକ,

ପ୍ରଫୁଲ୍ଲ ମହାନ୍ତି, ଶିରିଶ ରଞନ ସାହୁ, ଅଜୟକାନ୍ତ ପୃଷ୍ଟି, ରାଇ ରଞନ ଦାସ ପ୍ରମୂଖ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Exit mobile version