Home ଓଡ଼ିଶା ରୁପ୍ରା ଭାୟା ପଲମ ରାସ୍ତାର ମୁସ୍କୁଟି ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ , ଦୁଇ ଚାଳକ ଗୁରୁତର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) କଳାହାଣ୍ଡି :- ନର୍ଲା ବ୍ଲକ ଅଧିନ ରୁପ୍ରା ପଲମ ଯିବା ରାସ୍ତାର ଗିଗିନା ନିକଟ ମୁସ୍କୁଟି ଛକ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାମତେ ମୁସ୍କୁଟି ଓ ଗିଗିନା ଗ୍ରାମ ପଞ୍ଚାୟତର ପିଇଓ ଥିବା ଶନିଶ୍ଚର ସରୋଜ ନିଜ ବାଇକରେ ଗିଗିନା ପଞ୍ଚାୟତରୁ ମୁସ୍କୁଟି ପଞ୍ଚାୟତକୁ ଯାଉଥିବା ସମୟରେ ମୁସ୍କୁଟି ପଟରୁ ପଲମ ଗ୍ରାମର ହେତୁକର ମାଝୀ ବାଇକ ନଂ OD08L 0233 ଯୋଗେ ନିଜ ଭଉଣୀ ମୁସ୍କୁଟି ଗ୍ରାମର ଯଶୋଦା ମାଝୀଙ୍କ ଘରୁ ପଲମକୁ ଫେରୁଥିଲେ । ଏହି ସମୟରେ ମୁସ୍କୁଟି ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡିରହିଥିଲେ। ଗିଗିନାରେ ଏହି ଖବର ପହଞ୍ଚିବା ପରେ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏ ବାବଦରେ ଏମ୍ୱୁଲେନ୍ସକୁ ସ୍ଥାନୀୟ ଲୋକେ ଫୋନ୍ କରିଥିଲେ । ଏମ୍ୱୁଲେନ୍ସ୍ ଆସିବାରେ ସାମାନ୍ୟ ବିଳମ୍ୱ ହେବାରୁ ପିଇଓ ଶନିଶ୍ଚରଙ୍କ ସମ୍ପର୍କୀୟ ବ୍ୟକ୍ତିଗତ ଗାଡିରେ ତାଙ୍କୁ ମେଡିକାଲ୍ ନେଇଯାଇଥିଲେ । ଘଟଣାସ୍ଥଳରେ ପଲମ ଗ୍ରାମର ହେତୁକର ମାଝୀ ଅଚେତ ଅବସ୍ଥାରେ ପଡି ରହିଥିଲେ । କିଛି ସମୟ ପରେ ହେତୁକରର ସମ୍ପର୍କୀୟ ମୁସ୍କୁଟି ଗ୍ରାମରୁ ଆସିଥିଲେ । ଏମ୍ୱୁଲେନ୍ସ୍ ପହଞ୍ଚିବା ପରେ ଗୁରୁତର ହେତୁକରଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ହସପିଟାଲକୁ ନିଆଯାଇଛି । ଏ ବାବଦରେ ପଲମ ଫାଣ୍ଡିକୁ ଖବର ଦିଆଯାଇ ଥିଲେ ହେଁ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଥିବାରୁ ଘଟଣାସ୍ଥଳକୁ ଆସିପାରି ନାହାନ୍ତି । ଗିଗିନାର ୱାର୍ଡସଭ୍ୟ ଓ କିଛି ଲୋକଙ୍କ ସହଯୋଗରେ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକକୁ ପୁଲିସ୍ ପରାମର୍ଶ ଅନୁଯାୟୀ ଗିଗିନାକୁ ନିଆଯାଇ ଥିଲା । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର by Proprietor Abhimanyu Maharana October 31, 2026 ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ by Proprietor Abhimanyu Maharana October 30, 2026 ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ by Proprietor Abhimanyu Maharana October 30, 2026 Odisha poised to emerge as a global investment destination : Dr Mukesh Mahaling by Proprietor Abhimanyu Maharana October 30, 2026 ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ by Proprietor Abhimanyu Maharana October 30, 2026 Khurda Road Division Organised a Seminar on “Probity for Prosperity” during Vigilance Awareness Week 2026 by Proprietor Abhimanyu Maharana October 30, 2026