Home ଓଡ଼ିଶା ରୁପ୍ରା ଭାୟା ପଲମ ରାସ୍ତାର ମୁସ୍କୁଟି ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ , ଦୁଇ ଚାଳକ ଗୁରୁତର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) କଳାହାଣ୍ଡି :- ନର୍ଲା ବ୍ଲକ ଅଧିନ ରୁପ୍ରା ପଲମ ଯିବା ରାସ୍ତାର ଗିଗିନା ନିକଟ ମୁସ୍କୁଟି ଛକ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାମତେ ମୁସ୍କୁଟି ଓ ଗିଗିନା ଗ୍ରାମ ପଞ୍ଚାୟତର ପିଇଓ ଥିବା ଶନିଶ୍ଚର ସରୋଜ ନିଜ ବାଇକରେ ଗିଗିନା ପଞ୍ଚାୟତରୁ ମୁସ୍କୁଟି ପଞ୍ଚାୟତକୁ ଯାଉଥିବା ସମୟରେ ମୁସ୍କୁଟି ପଟରୁ ପଲମ ଗ୍ରାମର ହେତୁକର ମାଝୀ ବାଇକ ନଂ OD08L 0233 ଯୋଗେ ନିଜ ଭଉଣୀ ମୁସ୍କୁଟି ଗ୍ରାମର ଯଶୋଦା ମାଝୀଙ୍କ ଘରୁ ପଲମକୁ ଫେରୁଥିଲେ । ଏହି ସମୟରେ ମୁସ୍କୁଟି ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡିରହିଥିଲେ। ଗିଗିନାରେ ଏହି ଖବର ପହଞ୍ଚିବା ପରେ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏ ବାବଦରେ ଏମ୍ୱୁଲେନ୍ସକୁ ସ୍ଥାନୀୟ ଲୋକେ ଫୋନ୍ କରିଥିଲେ । ଏମ୍ୱୁଲେନ୍ସ୍ ଆସିବାରେ ସାମାନ୍ୟ ବିଳମ୍ୱ ହେବାରୁ ପିଇଓ ଶନିଶ୍ଚରଙ୍କ ସମ୍ପର୍କୀୟ ବ୍ୟକ୍ତିଗତ ଗାଡିରେ ତାଙ୍କୁ ମେଡିକାଲ୍ ନେଇଯାଇଥିଲେ । ଘଟଣାସ୍ଥଳରେ ପଲମ ଗ୍ରାମର ହେତୁକର ମାଝୀ ଅଚେତ ଅବସ୍ଥାରେ ପଡି ରହିଥିଲେ । କିଛି ସମୟ ପରେ ହେତୁକରର ସମ୍ପର୍କୀୟ ମୁସ୍କୁଟି ଗ୍ରାମରୁ ଆସିଥିଲେ । ଏମ୍ୱୁଲେନ୍ସ୍ ପହଞ୍ଚିବା ପରେ ଗୁରୁତର ହେତୁକରଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ହସପିଟାଲକୁ ନିଆଯାଇଛି । ଏ ବାବଦରେ ପଲମ ଫାଣ୍ଡିକୁ ଖବର ଦିଆଯାଇ ଥିଲେ ହେଁ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଥିବାରୁ ଘଟଣାସ୍ଥଳକୁ ଆସିପାରି ନାହାନ୍ତି । ଗିଗିନାର ୱାର୍ଡସଭ୍ୟ ଓ କିଛି ଲୋକଙ୍କ ସହଯୋଗରେ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକକୁ ପୁଲିସ୍ ପରାମର୍ଶ ଅନୁଯାୟୀ ଗିଗିନାକୁ ନିଆଯାଇ ଥିଲା । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026