ସବୁଜ ଶିଳ୍ପାଞ୍ଚଳର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ଖୋର୍ଦ୍ଧା :- ଖୋର୍ଦ୍ଧା ବରୁଣେଇ ଇଣ୍ଡଷ୍ଟ୍ରିଆଲ ଆସୋସିଏସନ ତରଫରୁ କରାଯାଇଥିବା କାଳୀପୂଜାର ଅନ୍ତିମ ଦିବସରେ ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିରେନ୍ଦ୍ର ନାଥ ମିତ୍ରଙ୍କ ଦ୍ୱାରା ବରୁଣେଇ ଶିଳ୍ପାଞ୍ଚଳ ସଂଘର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଅଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳକୁ ଓଡ଼ିଶାର ପ୍ରଥମ ସବୁଜ ଶିଳ୍ପାଞ୍ଚଳ କରିବା ପାଇଁ ଶିଳ୍ପସଂଘ ତରଫରୁ କରାଯାଇଥିବା ପ୍ରୟାସକୁ ବିଧାୟକ ଶ୍ରୀଯୁକ୍ତ ମିତ୍ର ଫଳଗଛ ଲଗାଇ ଶୁଭାରମ୍ଭ କରିଥିଲେ । ଓଡ଼ିଶାର ଅଗ୍ରଗଣ୍ୟ ଶିଳ୍ପସଂଘ ମାନଙ୍କର ମୁଖ୍ୟମାନେ ଏହି ଅଭିଯାନରେ ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଥିଲେ ।

ଜିଲ୍ଲା ଶିଳ୍ପସଂଘର ସଭାପତି ବଟକୃଷ୍ଣ ଓଝା, ସମ୍ପାଦକ ଅମୀୟ କୁମାର ମହାଲିକ, ଆଇୱାର ପୂର୍ବତନ ସମ୍ପାଦକ ମହେନ୍ଦ୍ର କୁମାର ପାତ୍ର, ଓସେମ ତରଫରୁ ପ୍ରଦୀପ୍ତ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବରୁଣେଇ ଶିଳ୍ପ ସଂଘର ସଭାପତି ଶ୍ରୀ ଶିବନାରାୟଣ ମିଶ୍ର ପରିଚାଳନା କରିଥିଲେ । ସଂଘର ଉପଦେଷ୍ଟା ଶ୍ରୀ ଅଶୋକ କୁମାର ଶର୍ମା, ଉପସଭାପତି ଶ୍ରୀ ସୀତାକାନ୍ତ ସାହୁ, ସମ୍ପାଦିକା ସବିତା ଶତପଥୀ, ବରିଷ୍ଠ କର୍ମକର୍ତ୍ତା ଦିଲ୍ଲୀପ କୁମାର ମିଶ୍ର, ପ୍ରଦୋଶ କୁମାର ମହାପାତ୍ର, ଶ୍ୟାମସୁନ୍ଦର ମହାରଣା, ସନ୍ତୋଷ କୁମାର ନାୟକ, ଅଞ୍ଜନ କୁମାର ମୁୁଦୁଲି ସକ୍ରିୟ ସହଯୋଗ କରିଥିଲେ । ସଂଘର ସମସ୍ତ ସଦସ୍ୟ ଏଥିରେ ଯୋଗ ଦେଇଥିଲେ ।

Exit mobile version