ଲାଭା ପକ୍ଷରୁ ୫ଜି ସୁପର୍ ସ୍ମାର୍ଟଫୋନ୍‌ “ଅଗ୍ନି’ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଭାରତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଲାଭା ଇଟଂରନ୍ୟାସନାଲ୍ ପକ୍ଷରୁ ପ୍ରଥମ ଭାରତୀୟ ୫ଜି ସ୍ମାର୍ଟଫୋନ୍ ଅଗ୍ନିକୁ ଉନ୍ମୋଚନ କରାଯାଇଛି । ଏହି ସୁପର୍ ସ୍ମାର୍ଟଫୋନ୍‌ରେ ରହିଛି ମିଡିଆଟେକ୍‌ର ସଦ୍ୟତମ ଚିପ୍‌ସେଟ୍‌-ଡାଇମେନ୍‌ସିଟି ୮୧୦ । ଏହା ସର୍ବାଧିକ ୨.୪ ଗିଗାହର୍ଚ ସ୍ପିଡ୍‌ରେ କାମ କରିବ, ଫଳରେ ଅନେକ କାର୍ଯ୍ୟ ଓ ବିବିଧ ଆପ୍ଲିକେସନ୍ ଓ ଗେମ୍‌କୁ ଏକକାଳୀନ ବିଜୁଳି ବେଗରେ କରିହେବ । ହାଇଏଣ୍ଡ୍ ଓ ବିଳମ୍ବ ବିହୀନ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରିବା ଲାଗି ଲାଭା ଅଗ୍ନି ୫ଜିରେ ରହିଛି ୮ ଜିବି ରାମ୍ ଓ ୧୨୮ ଜିବି ରମ୍ । ଏହାର କ୍ୱାଡ୍ କ୍ୟାମେରାକୁ ଅତି ସୁନ୍ଦର ଭାବେ ବ୍ଲୁ ମ୍ୟାଟ୍ ଫିନିସ୍‌ ଫିଙ୍ଗରପ୍ରିଂଟ୍ ସହନଶୀଳ ବଡିରେ ଲଗାଯାଇଛି ।

ପ୍ରାଥମିକ କ୍ୟାମେରା ୬୪ ଜିବି ହୋଇଥିବା ବେଳେ ୫ ଏମ୍‌ପିର ୱାଇଡ୍ ଆଙ୍ଗେଲ୍ କ୍ୟାମେରା, ୨ ଏମ୍‌ପିର ଡେପ୍‌ଥ କ୍ୟାମେରା ଓ ୨ ଏମ୍‌ପିର ମାକ୍ରୋ କ୍ୟାମେରା ରହିଛି ଯାହା ଉତ୍କୁଷ୍ଟ ଫଟୋଗ୍ରାଫି ଅନୁଭୂତି ପ୍ରଦାନ କରିବ । ସାମ୍ନାରେ ୧୬ ଏମ୍‌ପି ସେଲ୍‌ଫି କ୍ୟାମେରା ରହିିଛି । ଏହି ଫୋନ୍‌ରେ ଅଲ୍‌ଟ୍ରାଏଚ୍‌ଡି, ଅଲ୍‌ଟ୍ରାୱାଇଡ୍‌, ସୁପରନାଇଟ୍‌, ପ୍ରୋ ମୋଡ୍ ଓ ଏଆଇ ମୋଡ୍ ଭଳି ବୈଶିଷ୍ଟ୍ୟ ରହିଛି । ଏହି ଫୋନ୍‌ରେ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରି ଥିବା ବେଳେ ୩୦ ୱାଟ୍‌ର ସୁପରଫାଷ୍ଟ ଚାର୍ଜର୍ ମିଳିବ । ୯୦ ମିନିଟ୍‌ରୁ କମ୍ ସମୟରେ ଫୋନ୍ ସମ୍ପୂର୍ଣ୍ଣ ଚାର୍ଜ ହେବ । ଫୋନ୍‌ରେ ବ୍ୟାଟେରି ସେଭର୍ ମୋଡ୍ ମଧ୍ୟ ରହିଛି । ଏହି ନୂତନ ସ୍ମାର୍ଟଫୋନ୍‌ର ଉନ୍ମୋଚନ ଅବସରରେ ସୁନିଲ ରାଇନା, ସଭାପତି ଓ ବ୍ୟବସାୟ ମୁଖ୍ୟ, ଲାଭା ଇଟଂରନ୍ୟାସ୍‌ନାଲ୍ ଲିମିଟେଡ୍ କହିଛନ୍ତି ଯେ, “ଅଗ୍ନି ୫ଜି ହେଉଛି ଭାରତର ଅଗ୍ନି ଶକ୍ତି ।

ଭାରତ ଓ ଭାରତୀୟମାନେ ପ୍ରଯୁକ୍ତି କ୍ଷେତ୍ରରେ କଣ ହାସଲ କରିପାରନ୍ତି ତାହାକୁ ଏହି ଫୋନ୍ ଉପସ୍ଥାପନ କରୁଛି । ଏଥିରେ ସବୁ ପ୍ରକାର ସଦ୍ୟତମ ସୁବିଧା ରହିଛି ଯାହା ଏହାକୁ ବିଶ୍ୱ ସ୍ମାର୍ଟଫୋନ୍ ଶିଳ୍ପର ଅଗ୍ରଦୂତରେ ପରିଣତ କରିଛି । ଏହି ଶ୍ରେଷ୍ଠ ମାନର ସ୍ମାର୍ଟଫୋନ୍ ସମ୍ପୂର୍ଣ୍ଣ ରୂପେ ଭାରତରେ ତିଆରି ଓ ପରିକଳ୍ପିତ, ଯାହାକୁ ପ୍ରତିଟି ଗର୍ବିତ ଭାରତୀୟ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କୁ ଉତ୍ସର୍ଗ କରାଯାଇଛି ଯେଉଁମାନେ ଦେଶକୁ ପରବର୍ତୀ ପ୍ରଯୁକ୍ତି ମହାଶକ୍ତି ଭାବେ ଦେଖୁଛନ୍ତି ।’’ “ଭାରତର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଲାଭା ସହ ମିଡିଆଟେକ୍‌ର ଦୀର୍ଘସ୍ଥାୟୀ ସମ୍ପର୍କ ରହିଛି । ମିଡିଆଟେକ୍ ଡାଇମେନ୍‌ସିଟି ୮୧୦ର ଶକ୍ତି ଥିବା ଲାଭା ଅଗ୍ନି ୫ଜି ହେଉଛି ଏକ ସିଙ୍ଗଲ୍ ଚିପ୍ ପ୍ଲାଟଫର୍ମ ଯାହା ସହିତ ରହିଛି ଏକ ସମ୍ପୂର୍ଣ୍ଣ ସମନ୍ୱିତ ୫ଜି ମୋଡେମ୍ ଓ ସ୍ୱତନ୍ତ୍ର ମିଡିଆଟେକ୍ ୫ଜି ଅଲ୍‌ଟ୍ରାସେଭ୍ ପ୍ରଯୁକ୍ତି ଯାହା ଶକ୍ତିଶାଳୀ ମୁଖ୍ୟସ୍ରୋତର ୫ଜି ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରିବ ।

ଏହି ଚିପ୍‌ ଫୋନ୍‌ର ୬୪ ଏମ୍‌ପି କ୍ୟାମେରାକୁ ସହାୟକ ହେବା ସହିତ ଏଆଇ-କଲର୍ ଓ ଏଆଇ-ବୋକେହ୍ ଅତୁଲ୍ୟ ଫଟୋ, ଭିଡିଓ ଏବଂ ଷ୍ଟ୍ରିମିଂ ଅନୁଭୂତି ପ୍ରଦାନ କରିବ । ଏହି ନୂଆ ୫ଜି ସ୍ମାର୍ଟଫୋନ୍‌ର ଲକ୍ଷ୍ୟ ହେଉଛି ସାରା ସମାଜରେ ବୈପ୍ଳବିକ ଓ ନୂଆ ପିଢ଼ିର ପ୍ରଯୁକ୍ତି ଉପଲବ୍ଧ କରାଇବା ବୋଲି ମିଡିଆଟେକ୍ ଇଣ୍ଡିଆର ପରିଚାଳନା ନିର୍ଦେଶକ ଅଙ୍କୁ ଜୈନ୍‌ କହିଛନ୍ତି ।’’ ଲାଭା ଅଗ୍ନି ୫ଜିରେ ରହିଛି ୬.୭୮ ଇଂଚ୍ ଏଫ୍‌ଏଚ୍‌ଡି+ ଆଇପିଏସ୍‌ ପଂଚ୍ ହୋଲ୍ ଡିସ୍‌ପ୍ଲେ ସହିତ ୯୦ ଗିଗାହର୍ଜର ରିଫ୍ରେସ୍ ରେଟ୍ । ଫୋନ୍‌କୁ ଦୀର୍ଘସ୍ଥାୟୀ କରିବା ଲାଗି ସେଥିରେ ରହିଛି କର୍ଣ୍ଣିଂ ଗୋରିଲା ଗ୍ଲାସ୍ । ଏହି ଫୋନ୍ ରିଟେଲ୍ ଆଉଟ୍‌ଲେଟ୍‌,ଆମାଜନ୍ ଓ ଫ୍ଲିପ୍‌କାର୍ଟରେ ୧୯,୯୯୯ ଟଙ୍କା ମୂଲ୍ୟରେ ନଭେମ୍ବର ୧୮ରୁ ଉପଲବ୍ଧ ହେବ । ସ୍ୱତନ୍ତ୍ର ପ୍ରାକ୍ ବୁକିଂ କଲେ ୨୦୦୦ ଟଙ୍କାର ରିହାତି ମିଳିବ । ନଭେମ୍ବର ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଭା ଇ-ଷ୍ଟୋର୍ ଓ ଆମାଜନ୍‌ରେ ୫୦୦ ଟଙ୍କା ଦେଇ ଏହାର ପ୍ରି-ବୁକିଂ ହୋଇପାରିବ । ପ୍ରି-ବୁକିଂ କରୁଥିବା ଗ୍ରାହକମାନେ ଏହି ଫୋନ୍‌କୁ ୧୭,୯୯୯ ଟଙ୍କାରେ ପାଇପାରିବେ ।

Exit mobile version