ବାଲିଗୁଡା : ତାଲୁକା ଆଇନ ସେବା ପକ୍ଷରୁ ଶ୍ରମିକ କାର୍ଡ ରେଜିଷ୍ଟ୍ରେସନ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ବାଲିଗୁଡା  :-  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତାଲୁକା ଆଇନ ସେବା କମିଟି ପକ୍ଷରୁ ଦାରିଙ୍ଗବାଡ଼ି କୋର୍ଟ ପରିସର ମଧ୍ୟରେ କୋଠାବାଡ଼ି ଓ ନିର୍ମାଣ ବିଭାଗର ଶ୍ରମିକ କାର୍ଡ ନିମନ୍ତେ ରେଜିଷ୍ଟ୍ରେସନ ହୋଇଯାଇଛି । ପ୍ରଥମ ଶ୍ରେଣୀ ବିଚାର ବିଭାଗର ବିଚାରପତି ତଥା ତାଲୁକା ଆଇନ ସେବା କମିଟିର ଅଧକ୍ଷ ଗଗନ ସାହୁଙ୍କ ତତ୍ୱାବଧାନ କ୍ରମେ ଜିଲ୍ଲା ଶ୍ରମ କାର୍ଯ୍ୟଳୟର ଶ୍ରମ ନିରୀକ୍ଷକ ସୁଧୀର ସାହୁ, ଡ଼ିଇଓ ସୌମ୍ୟରଞ୍ଜନ ଦାଶଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୮୦ ଜଣ ଶ୍ରମିକ ନିଜର ଶ୍ରମିକ କାର୍ଡ ପାଇଁ ରେଜିଷ୍ଟ୍ରେସନ କରିଥିଲେ । ତାଲୁକା ଆଇନ ସେବାର ସମ୍ପାଦକ ସୁସେନ ମାଝୀ, ଓକିଲ ସଂଘ ସଭାପତି ପ୍ରଦୀପ ସାହୁ, ସମ୍ପାଦକ ଚନ୍ଦ୍ରମଣି ପ୍ରଧାନ, ମନୋଜ ପଣ୍ଡା, ପ୍ରବିର ସାହୁ, ଉମେଶ କର, ରଞ୍ଜିତ ମନ୍ତ୍ରୀ, ଦିଲୀପ ବଳିଆରସିଂ, ସରକାରୀ ଓକିଲ ସୁରେଶ ପାତ୍ର ସମେତ ଜାଗୃତି କର୍ମଚାରୀ ସହଯୋଗ କରିଥିଲେ ।

Exit mobile version