Home ଓଡ଼ିଶା ହାତ ,ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୧୦୦କର୍ମୀ : ପଞ୍ଚାୟତ ନିର୍ବାଚନ ନେଇ ବିଜେପି ଦଳର ପ୍ରସ୍ତୁତି ବୈଠକ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ଭାରତୀୟ ଜନତା ପାର୍ଟି ର ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ପ୍ରସ୍ତୁତି ବୈଠକରେ କଂଗ୍ରେସ ଓ ବିଜେଡି ଦଳ ଛାଡି ୧୦୦ ଜଣ କର୍ମୀ ବିଜେପି ଦଳର ସାମିଲ ହୋଇଯାଥିବା ନେଇ ସୂଚନା ମିଳିଛି ! ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ବୈପାରିଗୁଡା ମଣ୍ଡଳ ଉପସଭାପତି କୈଳାସ ନାୟକ ଓ କୋଲାର ମଣ୍ଡଳ ସାଧାରଣ ସମ୍ପାଦକ ଜଗତ ଆର୍ଲାବଙ୍କ ନେତୃତରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଜିଲ୍ଲା ସମ୍ପାଦକ ଚନ୍ଦ୍ର ଶେଖର ରଥ, ସମ୍ମାନୀୟ ଅତିଥି ଜିଲ୍ଲା ଆଦିବାସୀ ମେର୍ଚ୍ଚା ସଭାପତି ନରେନ୍ଦ୍ର କାନ୍ଦୁଲିଆ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ନଟବର ପଟ୍ଟନାୟକ, ଜିଲ୍ଳା ଆଦିବାସୀ ମୋଚ୍ଚା ସାଧାରଣ ସମ୍ପାଦକ ଲଲିତ ପୂଜାରୀ, ଜିଲ୍ଲା ଯୁବମୋର୍ଚ୍ଚା କାର୍ୟ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ମହାଙ୍କୁଡ, ବୈପାରିଗୁଡା ଆଦିବାସୀ ମୋର୍ଚ୍ଚା ସଭାପତି ଧନପତି ନାୟକ,ମକର ମାଳି,ଦିନେଶ ପଣ୍ଡା, ବରିଷ୍ଟ କାର୍ଯ୍ୟକର୍ତ୍ତା ଏନ.ହରି ପ୍ରସାଦ, ରମେଶ ନାୟକ, ସୁରେଶ ହରିଦନ, କମଳଲୋଚନ କିର୍ସାନୀ, ଅର୍ଜୁନ କିସାନୀ ପ୍ରମୁଖ ଉପସ୍ଥିତ ରହିଥିଲେ ! ପଚଂୟତ ନିର୍ବାଚିତ ସମୟରେ କିପରୀ ଭାବେ ରଣ କୌଶଳ ପ୍ରସ୍ତୁତ କରାଯିବ ଓ ଭୋଟର ମାନଙ୍କୁ କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କ ରେ ଅବଗତ କରିବା ସହିତ ଯୁବ ବର୍ଗକୁ ଅଧିକ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ସହିତ ବରିଷ୍ଠ ମାନଙ୍କୁ ଠାରୁ ପରାମର୍ଶ ନେଇ କିପରୀ କାର୍ଯ୍ୟ କରାଯିବ ସେ ସମ୍ପର୍କରେ ଏହି ଦଳୀୟ କର୍ମକର୍ତ୍ତା ମାନେ ବୈଠକରେ ଆଲୋଚନା କରିଥିଲେ ! ତାହା ସହ ରାଜ୍ୟସରକାର ନିଜ ଯୋଜନା କରିବା ସହ ଗାଁ ଗହଳି ମାନଙ୍କରେ ବାହା ବାହା ନେଉଥିବା ଚାଉଳ,ପ୍ରଧାନମନ୍ତ୍ରୀ ଆବାସ ଯୋଦନା, କରୋନା ଟୀକା,ମେଗା ପାନୀୟଜଳ ପ୍ରକଳ୍ପ ଏହି ସମସ୍ତ ଯୋଜନା ବିଷୟବସ୍ତୁକୁ ନେଇ ଜନସାଧାରଣଙ୍କ ନିକଟର କୁ ଯିବ ବିଜେପି ଦଳ!ବିଭିନ୍ନ ପଞ୍ଚାୟତରୁ ଆସିଥିବା କଂଗ୍ରେସ ଓ ବିଜେଡି ଦଳର ୧୦୦ କର୍ମୀ ବିଜେପି ଦଳରେ ସାମିଲ ହୋଇ ପଞ୍ଚାୟତ ସ୍ତରରେ ଗାଁ ଗହଳିର ଲୋକଙ୍କୁ ନେଇ ଆଗାମୀ ଦିନରେ ବୈଠକ କରିବା ସହ ନିଜ ପଚୟତର ଉନ୍ନତି ପାଇଁ ସରପଞ୍ଚ, ସମିତିସଭ୍ୟ ମାନଙ୍କୁ ଚୟନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ! ଏହି କର୍ମକର୍ତ୍ତା ଓ ତୁଣମୂଳରେ ଥିବା କର୍ମୀ ମାନେ ବୈଠକରେ ଉପ୍ଥିତ ରହିଥିଲେ ଏବଂ କୁ ବିଜେପି ଦଳକୁ ବୈପାରିଗୁଡା ବ୍ଲକରେ ଅଧିକରୁ ଅଧିକ ସକ୍ରିୟ କରିବେ ବୋଲି ପ୍ରକାଶ କରିଛନ୍ତି ! Categories: ଓଡ଼ିଶା, କୋରାପୁଟ, ରାଜନୀତି, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026