ଗରୀବ ଉପରେ ମହଙ୍ଗା ମାଡ ଉଭୟ ବିଜେଡି ଓ ବିଜେପିକୁ ମହଙ୍ଗା ପଡିବ : ଆମ୍ ଆଦମୀ ପାର୍ଟି

ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ବରଗଡ଼ :-  ଆମ୍ ଆଦମୀ ପାର୍ଟି ବରଗଡ଼ ତରଫରୁ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦର ଦାମ ଓ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ସ୍ମାରକ ପତ୍ର ପ୍ରଦାନ କରାଗଲା  l  ପେଟ୍ରୋଲ, ଡିଜେଲ, ଗ୍ୟାସ, ବିଦ୍ୟୁତ, ପନିପାରିବା, ଖାଇବା ତେଲ ର ଦାମ ଅହେତୁକ ଭାବେ ବୃଦ୍ଧି ହୋଇ ଥିବାରୁ ଗରିବ, ମଧ୍ଯବିତ୍ତ ସମସ୍ତଙ୍କୁ ଆର୍ଥିକ ବୋଝ ହୋଇଛି ବୋଲି ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି ।

ମଙ୍ଗଳବାର ବରଗଡ଼ ଗାନ୍ଧୀ ଛକ ରେ ବହୁ ସଂଖ୍ୟା ରେ ମହିଳା ଓ ପୁରୁଷ ଏହି ଦର ଦାମ ବୃଦ୍ଧି କୁ ଵିରୋଧ କରିଥିଲେ ପରେ ଏକ ରାଲି ରେ ଯାଇ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ଯଶୋବନ୍ତି ପୋଡ଼, ଗୋଲାପି ସୁନା, ଅସିତ ସାହୁ, ରାଜ୍ୟ ଯୁବ ସମ୍ପାଦକ ପୋଲୁସ୍ତ୍ୟ ସାହା, ଉଜ୍ଜଳ ସେଠ, ସାହାଁରୁଖ, ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version