Home ଓଡ଼ିଶା ମାଓପ୍ରବଣ ଅଞ୍ଚଳରେ ରାଜ୍ୟସଭା ସାଂସଦ ଓ ଲାଞ୍ଜିଗଡ଼ ବିଧାୟକ : ଝରଣିଆ ଓ କୁଟିଆ କନ୍ଧ ସମେତ ବ୍ଳକର ୩ ଗୋଟି ପଞ୍ଚାୟତରେ ବାଣ୍ଟିଲେ ବିଜୁ ସ୍ଵାସ୍ଥ୍ୟ କାର୍ଡ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଗତ ୮ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ ପରେ ଲାଞ୍ଜିଗଡ଼ ବ୍ଲକରେ ମଧ୍ୟ ୨୬ ଗୋଟି ପଞ୍ଚାୟତରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକର ଦୁର୍ଗମ ମାଓ ପ୍ରବଣ ପଞ୍ଚାୟତ ତ୍ରିଲୋଚନପୁରରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ହିତାଧିକାରୀ ମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ଅବଗତ କରାଇଥିଲେ ଓ ସମସ୍ତେ ଏହି କାର୍ଡର ଲାଭ ଉଠାଇବା ପାଇଁ ସଚେତନ କରି ଝରଣିଆ କନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ତ୍ରିଲୋଚନପୁର ପଞ୍ଚୟତର ୨୭ ଗୋଟି ଗାଁର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଥିଲା । ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଯୁବ ଲେଖକ ସୁଶୀଲ କୁମାର ବାଗ । ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ,ସରପଞ୍ଚ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଲାଞ୍ଜିଗଡ଼ ବ୍ଳକ ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା, ଡ଼. ନରେନ୍ଦ୍ର ଦାସ, ଯୁବ ବିଜେଡି ରାଜ୍ୟ ଉପ ସଭାପତି ମଣ୍ଟୁ ନାଏକ, ବିଜୁ ଯୁବ ଜିଲ୍ଲା ସାଧାରଣ ସମ୍ପାଦକ ଲବଣିଧର ମହାନନ୍ଦ,ବିଜେଡ଼ି ଯୁବ ନେତା ମିଟୁ ପାତ୍ର ଓ ସୁବୋଧ ରଣା,ଏଇ ରେଣୁକା ଠାକୁର ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା ,ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତି ଯନ୍ତ୍ରୀ ପିତାମ୍ବର ହେମ୍ରମ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ବିଜେପୁର ପଂଚାୟତରେ ମଧ୍ୟ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ବିଧାୟକଙ୍କ ହାତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି । ବିଜେପୁର ପଞ୍ଚାୟତର ୩୨ ଗୋଟି ଗାଁର ଲୋକେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିଲେ । ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ,ବିଜେଡି ବ୍ଳକ ସଭାପତି ଗୋବିନ୍ଦ ପ୍ରଧାନୀ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ମନହର ହରପାଲ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜୁ ଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରକ୍ଷିତ ନାଏକ ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାୟତ ନିର୍ବାହି ଅଧିକାରୀ ତାପସ ସାହୁ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ସେହିପରି ଲାଞ୍ଜିଗଡ଼ ପଂଚାୟତରେ ମଧ୍ୟ ସାଂସଦ ଓ ବିଧାୟକ ଯୋଗ ଦେଇ ପଞ୍ଚାୟତର ୮ ଗୋଟି ଗାଁର ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବେଳେ ୨୨୬ ଜଣଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି । ବିଡିଓ ଶ୍ରୀ ମିଶ୍ର,ଲାଞ୍ଜିଗଡ଼ ସରପଞ୍ଚ ସୁଶ୍ରୀ ମଣି ମାଝୀ,ବିଜେଡି ଯୁବ ନେତା ସୁବାଷ ଚନ୍ଦ୍ର ଅଗ୍ରୱାଲ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ର ମାଝୀ, ହରିହର ସାଂସ୍କୃତିକ ଅନୁଷ୍ଠାନ ସମ୍ପାଦକ କାମ ରାଜ ଦଳବେହେରା ମଞ୍ଚରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଲାଞ୍ଜିଗଡ଼ ପଞ୍ଚାୟତ ନିର୍ବାହି ଅଧିକାରୀ ପରମେଶ୍ବର ସେନାପତି, ଯନ୍ତ୍ରୀ ଗୋବର୍ଦ୍ଧନ ଦାସ, ଯୋଗାଣ ସହାୟକ ରାଜେନ୍ଦ୍ର କୁମାର ମହାଖୁଡ଼, ଲାଞ୍ଜିଗଡ଼ ସିଆରସିସି ଏମ୍ ସୁନ୍ଦର ଶେଖର, ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ରାଧାମାଧବ ରଥ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପଞ୍ଚାୟତ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଓ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ନିଜ ନିଜ ପୋଲିସ ଟିମ୍ ସହିତ ଉପସ୍ଥିତ ଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026