ଗଜପତି ଜିଲ୍ଲା କାଶୀନଗରବ୍ଲକ ଖାଣ୍ଡବା ପଞ୍ଚାୟତ ର ପୁରିଟିଗୁଡ଼ା ଗ୍ରାମର ଗୌଡସାହି ରେ ଅଗ୍ନିକାଣ୍ଡ ୭ଟି ଗୁହାଳ ପୋଡି ୨ବାଛୁରୀ ଆହତ

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ଅନ୍ତର୍ଗତ ପୁରୁଟିଗୁଡା ଗ୍ରାମର ଗୌଡ ସାହିରେ ଥିବା ୭ଗୋଟି ଗୁହାଳ ପୋଡି ଯିବା ଯୋଗୁଁ ୨ଗୋଟି ବାଛୁରି ଆହତ ହୋଇଥିବାର ଜଣାପଡିଛି । ଗତକାଲି ଅପରାହ୍ନ ପ୍ରାୟ ୩ଘଣ୍ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏନେଇ ତୁରନ୍ତ ଗ୍ରାମବାସୀ କାଶୀନଗର ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।

କାଶୀନଗର ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ୭ଗୋଟି ଗାଇ ଗୁହାଳ ପୋଡି ୨ଗୋଟି ବାଛୁରୀ ପୋଡି ଆହତ ହୋଇଥିଲେ । ଘଟଣାସ୍ଥଳରେ ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତିର ପରିମାଣ ଆକଳନ କରି ଫେରିଥିବାର ଜଣାପଡିଥିବା ବେଳେ ପୂର୍ବତନ ସରପଞ୍ଚ ଆର୍‌.ସତୀଶ ଏବଂ ବିଜେଡି ଜିଲ୍ଲା ସମ୍ପାଦକ ଅଜୟ ନାଇଡୁ ପ୍ରମୁଖ ପହଂଚି ପୀଢିତ ଗାଇ ମାଲିକଙ୍କୁ ସମବେଦନା ଜଣାଇବା ସହ ଯଥା ସମ୍ଭବ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି

Exit mobile version