ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବି. ସିତାପୁର ଗ୍ରାମରେ ଜାତୀୟ କର୍କଟ ରୋଗ ସଚେତନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ପାରଳାଖେମୁଣ୍ଡି  :- ଗଜପତିଜିଲ୍ଲା ଗୋଷାଣୀ ବ୍ଲକଅନ୍ତର୍ଗତ ବି.ସି ତାପୁରଗ୍ରାମରେ ଜାତୀୟ କର୍କଟରୋଗ ସଚେତନତା ଦିବସ ଗୁରାଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣଅଧିକାରୀ ମମତା ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଏବଂ ପରିଚାଳନାରେ ଏକ ସଚେତନତା ସଭା ଓ ସଚେତନତା ରାଲି ଅନୁଷ୍ଠିତ ହୋଇସାରିଛି।ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ଅନୁଷ୍ଠାନ ପ୍ରଗତି ମିଳିତ ଆନୁକୁଲ୍ୟରେ ଏହି ସଭା ଏବଂ ନଗର ସଚେତନତା ରାଲି ଅନୁଷ୍ଠିତ ହୋଇସାରିଛି ।

ବେଳହୁଁ ସାବଧାନ ହେଲେ କ୍ୟାନସର ରୁ ମୁକ୍ତି ପାଇବା ଏବଂ ଟିକିଏ ଶାରିରୀକ ସମସ୍ୟା ଦେଖିଲେ ପ୍ରତିଟି ମୁହୁର୍ତ୍ତ ଡାକ୍ତର ଓ ଚିକିଚ୍ଛାଳୟ ସହ ଯୋଗାଯୋଗ ନିତାନ୍ତ ଜରୁରୀ ବୋଲି ସୁଶ୍ରୀ ପାଢ଼ୀ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମାଜସେବୀ ଭାଗବତ ପାଢ଼ୀ,ପ୍ରଗତିର ସଭାନେତ୍ରୀ ଡି.ପ୍ରିୟଙ୍କା,ଉପ ସଭାନେତ୍ରୀ ମାନସୀ ପଣ୍ଡା,ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା,ଆଶା କର୍ମୀ ଏନ୍. ତ୍ରିବେଣୀ,ତଥା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଗଣ ଯୋଗଦାନ କରିଥିଲେ। ପ୍ରଗତିର ଉପେଦେଷ୍ଟା ଡି.ମୋହନ ରାଓ,ବିଷ୍ଣୁ ମଣ୍ଡଳ,ପ୍ରଭୃତି ଯୋଗଦାନ କରିଥିଲେ।

Exit mobile version