Home ଓଡ଼ିଶା ବୈପାରିଗୁଡା ଠାରେ ବିଜୁ ଜନତା ଦଳର ମିଶ୍ରଣପର୍ବ କାର୍ଯ୍ୟକ୍ରମ,ଯୋଗ ଦେଲେ ବରିଷ୍ଟ କର୍ମୀ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ବୈପାରିଗୁଡା :- ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସିଛୁ ରାଜନୀତିକ ଦଳ ଭିତରେ ଅନ୍ୟଦଳର କର୍ମୀଙ୍କୁ ନେଇ ମିଶ୍ରଣପର୍ବ କାର୍ଯ୍ୟକ୍ରମ ମଧ୍ୟ ଦିନ କୁ ଦିନ ବଢିବାରେ ଲାଗିଛି !ବୈପାରିଗୁଡା ସ୍ଥିତ ହାଟପଡା ଠାରେ ବିଜେଡି ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା! କର୍ମୀ ସମ୍ମିଳନୀରେ ବିଜେପି ଓ କଂଗ୍ରେସ ଦଳର ବହୁ କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ !ଗୋଟିଏ ପଟେ ଦେଖିବାକୁ ଗଲେ ବୈପାରିଗୁଡା ବ୍ଲକ ବିଜେଡି ଦିନକୁ ଦିନ ଶକ୍ତି ଶାଳି ହେଉଥିବାର ଦେଖିବାକୁ ମିଳୁଛି ।ବିଜେଡି ବ୍ଲକ ଆବାହକ ହେମନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ସଦର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥି ବେହେରା,ସମ୍ମାନିୟ ଅତିଥି ଭାବେ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଲସି ର୍କିସାନି,ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ,କୋଟପାଡ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ,ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ,ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା ,ବରିଷ୍ଠ କର୍ମୀ ଶ୍ରୀ ନିବାସ ରାଓ ,କୋଟପାଡ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୂର୍ଯ୍ୟନାରାୟଣ ରଥ,ପଟାଙ୍ଗି ନିର୍ବାଚନ ମଣ୍ଡଳି ପର୍ଯ୍ୟବେକ୍ଷକ ରମା ରାଉଳ,ପ୍ରମୁଖ ମଂଚାସିନ ଅତିଥି ଭାବେ ଉପସ୍ଥିତ ରହିଥିଲେ!ବିଜେଡିର ଏହି ମିଶ୍ରଣ ପର୍ବରେ ନବୀନ ପଟ୍ଟନାୟକଙ୍କ ଶୁସାନ ରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ଓ ବିଭିନ୍ନ ଦଳ କୁ ଛାଡି ୧୨୧୦ ଜଣ କର୍ମୀ ବିଜେଡି ରେ ଯୋଗଦାନ କରିଥିବା ନେଇ ବିଜେଡି ଦଳ ପକ୍ଷରୁ କୁହାଯାଇଛି !ମଂଚାସିନ ଅତିଥି ମାନେ ସମସ୍ତଙ୍କୁ ପୁର୍ଷ୍ଣମାଲ୍ୟା ସହ ଦଳ ର ଚିହ୍ନ ଥିବା ଉପକନନ ପିନ୍ଧାଇ ବିଜେଡି ଦଳ କୁ ସ୍ୱାଗତ କରିଥିଲେ । ଆଜିର ଏହି ମିଶ୍ରଣ ପର୍ବ ପରେ ବୈପାରିଗୁଡା ବ୍ଲକରେ ବିଜେଡି ଦଳର କର୍ମୀ ବୁଦ୍ଧି ପାଇବା ସହ ଆଗାମୀ ଦିନ ରେ ଦଳ ଅଧିକ ଶକ୍ତିଶାଳି ହେଇ ପଚଂାୟତ ନିର୍ବାଚନ ଭଲ ସଂଖ୍ୟା ଆଣିବ ବୋଲି କହିଥିଲେ ମୁଖ୍ୟ ଅତିଥି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟ ରେ । ଏହା ସହ ବିଜେଡି ସରକାରଙ୍କ ଯୋଜନା ପ୍ରତି ଘରେ ଘରେ କର୍ମୀ ମାନେ ପହଚଂଇବା ସହ ଆଗାମୀ ପଂଚାୟତ ନିର୍ବାଚନ ସମସ୍ତ କର୍ମୀ ଏକାଠି ହେବା ଦରକାର ବୋଲି ଜିଲ୍ଲା ସଭାପତି ଶ୍ରୀ ପାଣିଗ୍ରାହୀ କର୍ମୀ ମାନଙ୍କୁ ଭାଷଣ ମାଧ୍ୟମରେ ପ୍ରକାଶ କରିଥଲେ! । ଏହା ସହ ଦଳକୁ ପୁଣି ୧୨୧୦ କର୍ମୀ ଯୋଗ ଦେଇ ବ୍ଲକ ବିଜେଡିର ହତକୁ ଟାଣ କରିଛନ୍ତି ବୋଲି ମତ ପ୍ରକାଷ କରିଥିଲେ । କାର୍ଯ୍ୟକ୍ରମରେ ୫୦୦୦ରୁ ଉର୍ଦ୍ଦ କର୍ମି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଆର.ଦାମ୍ଭିକ ରାଓ,ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜିତ ନାୟକ, ବୈପାରିଗୁଡା ବ୍ଲକ ଯୁବ ବିଜେଡି ସଭାପତି ରମେଶ ସ୍ୱାଈଁ, ବରିଷ୍ଟ କର୍ମୀ ବିଜୟ ସାମନ୍ତରାୟ, ସାଥିରାମ ନାୟକ, ବୁଲୁ ଗୈଡ, ବାବୁନି ମହାନ୍ତି, ଜଗଦିଶ ଜେନା, ଲଲି ପଟନାୟକ, ବୁଲା ସାହୁ, ଅଶୋକ ଦାସଙ୍କ ସହ ୨୦ ଟି ପଂଚାୟତ ର ସଭାପତି,ସଚେତକ ,ସହ ସଚେତକ ଉପସ୍ଥିତ ରହିଥିଲେ । Categories: ଓଡ଼ିଶା, କୋରାପୁଟ, ଦେଶ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026