Home ଓଡ଼ିଶା କଲମପୁରରେ ସ୍ମାର୍ଟ ହେଲଥ କାର୍ଡ ଉନ୍ମୋଚନ କଲେ ପର୍ଯ୍ୟଟନ ମନ୍ତ୍ରୀ : ମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡା ମାଡ଼ – ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ମନ୍ତ୍ରୀଙ୍କ ଆସିବା ପୂର୍ବରୁ ଏବଂ ତାଙ୍କ ଫେରସ୍ତ ଯାଏଁ ବିରୋଧୀ ତାଙ୍କ ପିଛା ଛାଡ଼ିନଥିଲେ l କଂଗ୍ରସ ଏବଂ ବିଜେପି ଦଳ ପକ୍ଷରୁ କଲମପୁର ଠାରେ ମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡା ମାଡ ଏବଂ କଳା ପତାକା ପ୍ରଦର୍ଶନ କରି ବିରୋଧ କରାଯାଇ ଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି ଜିଲ୍ଲାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ – କୃଷି, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ କଳାହାଣ୍ଡି ଆଗୁଆ –ମୁଖ୍ୟମନ୍ତ୍ରୀ ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) କଲମପୁର :- କଳାହାଣ୍ଡି ଭବାନୀପାଟଣା ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ l ସେହି ପରିପ୍ରେକ୍ଷୀରେ କଲମପୁର ବ୍ଲକ ପରିସରରେ ମଧ୍ୟ ସ୍ମାର୍ଟ କାର୍ଡ ଉନ୍ମୋଚନ ସରକାରୀ କାର୍ଯ୍ୟକ୍ରମ ବ୍ଲକ ପ୍ରଶାସନ ଦ୍ୱାରା ଅନୁଷ୍ଠିତ ହୋଇଥିଲା l ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ଇଂଲିଶ ମିଡିଅମ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଓ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବୀ ଏବଂ ଉଚିତ ତଦନ୍ତ ପାଇଁ ଦିନକୁ ଦିନ ବିରୋଧୀ ଦଳଙ୍କ ବିରୋଧ ଅଧିକ ଜୋର ଧରିଥିବା ବେଳେ, ସରକାର ନିରବତାରେ ରହି ଘଣ୍ଟ ଘୋଡାଉ ଥିବା ପ୍ରତିବାଦରେ କଲମପୁର ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ଆସିଥିବା ସାହିତ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଉତ୍ତେଜିତ ବିରୋଧୀଙ୍କ ବିରୋଧ ସାମ୍ନା କରିବାକୁ ପଡିଥିଲା l ମନ୍ତ୍ରୀଙ୍କ ଆସିବା ପୂର୍ବରୁ ଏବଂ ତାଙ୍କ ଫେରସ୍ତ ଯାଏଁ ବିରୋଧୀ ତାଙ୍କ ପିଛା ଛାଡ଼ିନଥିଲେ l କଂଗ୍ରସ ଏବଂ ବିଜେପି ଦଳ ପକ୍ଷରୁ କଲମପୁର ଠାରେ ମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡା ମାଡ ଏବଂ କଳା ପତାକା ପ୍ରଦର୍ଶନ କରି ବିରୋଧ କରାଯାଇ ଥିଲା l ଦିନତମାମ ପୋଲିସକୁ ଆଜି ନାକେଦମ ହେବାକୁ ପଡିଛି l ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପୋଲିସ ସୁରକ୍ଷା ବଳରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କଲମପୁର ବାସୀଙ୍କ ସହ ଦେଖିଥିଲେ l ପରେ ବିଡ଼ିଓ ପ୍ରସନ୍ନ କୁମାର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ, ତହସିଲଦାର କରିସ୍ମା ବେଶ୍ରା, ଚିକିତ୍ସାଧିକାରୀ ଡା. ଶିବାଶିଷ ସ୍ୱାଇଁ, କଲମପୁର ସରପଞ୍ଚ ମିନା କୁମାରୀ ମାଝୀ ପ୍ରମୁଖ ମଞ୍ଚାସିନ ରହିଥିଲେ l ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସ୍ମାର୍ଟ କାର୍ଡ ବାବଦରେ ସମସ୍ତଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ ଏବଂ କଲମପୁରର ୨୦ ଜଣ ହିତାଧିକାରୀକୁ ନିଜେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି, ଆଶା କର୍ମୀ, ମିଶନଶକ୍ତି ମହିଳା ଏସ ଏଚ ଜି ସଭ୍ୟାମାନେ ଯୋଗ ଦେଇଥିଲେ l ସେହିପରି ପଣ୍ଡିଗାଁ ପଞ୍ଚାୟତରେ ସରପଞ୍ଚ ବନଯା ବାସିନୀ ମହାପାତ୍ର ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଯୋଗ ଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ l ଅନୁରୂପ ଭାବେ ଦେପୁର ପଞ୍ଚାୟତରେ ସରପଞ୍ଚ ଭୁକୁଲୁ ବାଗଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ l ମମିତାଙ୍କୁ ନ୍ୟାୟ ଦାବିରେ , ମାନ୍ୟବର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ଏବଂ ଉପଯୁକ୍ତ ତଦନ୍ତ ପାଇଁ ମମିତାଙ୍କ ପରିବାର, ବିଭିନ୍ନ ସାମାଜିକ ସଂଗଠନ ଏବଂ ବିରୋଧୀ ଗୋଷ୍ଠୀ ଅନେକ ଦିନରୁ ଦାବୀ କରି ଆସୁଛନ୍ତି l ତଥାପି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗୁରୁତ୍ୱ ନ ଦେଇ ଦୋଷୀ ମାନଙ୍କ ପ୍ରତି କୋହଳ ମନୋଭାବ ରଖି କୌଣସି ପଦକ୍ଷେପ ନେଉନଥିବା ବିରୋଧୀ ଅଭିଯୋଗ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମକୁ ବିରୋଧ କରିଆସୁଛନ୍ତି l ମମିତl ହତ୍ୟାର ଉଚିତ ତଦନ୍ତ କରି ସମ୍ପୃକ୍ତ ଥିବା ସମସ୍ତଙ୍କୁ କଠୋର ଦଣ୍ଡ ଦିଆଯିବା ସହିତ ମନ୍ତ୍ରୀଙ୍କ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏଭଳି ବିରୋଧ ପ୍ରଦର୍ଶନ ଜାରିରହିବ ବୋଲି ବିରୋଧୀ କହିଛନ୍ତି l Categories: ଓଡ଼ିଶା, କଳାହାଣ୍ଡି, ନୂଆପଡ଼ା, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026