ସର୍ବସାଧାରଣଙ୍କୁ ମାସ୍କ ବାଣ୍ଟିଲେ ଆଉ ସାନିଟାଇଜରରେ ହାତ ସଫା କଲେ – ନୟାଗଡ ଜଜାଙ୍ଗୀ ସାହି

ନୟାଗଡ ,ରିପୋର୍ଟ / ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍‌ ) ଜଜାଙ୍ଗୀ ସାହି ମାସ୍କ ବାଣ୍ଟିଲେ, ବୁଧବାର ,୨୯ ଏପ୍ରିଲ :- ନୟାଗଡ ପୌରାଞ୍ଚଳ ଅନ୍ତର୍ଗତ ୧୧ନଂ ୱାର୍ଡ ସ୍ଥିତ ଜଜାଙ୍ଗି ସାହି ତରଫରୁ ଏଠାକାର ତ୍ରିନାଥ ଛକ ଠାରେ ରାସ୍ତାରେ ମାସ୍କ ନପିନ୍ଧି ଯାଉଥିଦା ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ମାସ୍କ ବଣ୍ଟନ କରାଯିବା ସହ ସମସ୍ତଙ୍କ ହାତକୁ ସାନିଟାଇଜର ଦ୍ବାରା ସଫା କରାଯାଇଥିଲା । ସେମାନଙ୍କୁ କୋଭିଡ୍—୧୯ ର ଭୟାବହତା ସଂପର୍କରେ କର୍ମକର୍ତ୍ତା ମାନେ ସଚେତନ କରାଇଥିଲେ ।

ଏ ସମସ୍ତ କାର୍ଯ୍ୟକ୍ରମକୁ ମ୍ୟୁନିସିପାଲିଟିର ପୂର୍ବ ଅଧ୍ୟକ୍ଷ ଗୁରୁ ପ୍ରସାଦ ଯେନା,ମା’ ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ ରଶ୍ଣିରଞ୍ଜନ ଯେନା,ପୂର୍ବତନ କାଉଁସିଲର ଜାନକୀ ବଲ୍ଲଭ ଯେନା,ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ଯେନା,ଗଦାଧର ଯେନା ଟୁନା ପଟ୍ଟନାୟକଙ୍କ ସମେତ ଜଜାଙ୍ଗି ସାହିର ବହୁ ଯୁବ,ମୁରବି ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟଯକ୍ରମକୁ ସଫଳତାର ସହ ଆଗୂଇ ନେଇଥିବା ବେଳେ ଟାଉନ ଥାନାର ପୋଲିସ୍ ଅଧିକାରୀ ଅଶୋକ କୁମାର ମହାନ୍ତି ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ ଆବଶ୍ୟକୀୟ ସାମାଜିକ ଦୁରତ୍ବ ମଧ୍ୟରେ ହୋଇଥିଲା ।

Exit mobile version