ଉପର ମଣିନାଗରେ ଓଲଟିଲା ଅଟ୍‌ : ୭ ଜଣ ଗୁରୁତର – ଅଲ୍ପକେ ବର୍ତିଲେ ୨ ଜଣ ଶିଶୁ

୨ ଟି ଅଟ ଷ୍ଟାଟରେ ତଳକୁ ଖସୁଥିବା ବେଳେ ଅନ୍ୟ ଏକ ଅଟ ତେଲ ବଚେଂଇବା ପାଇଁ ଷ୍ଟାଟ ବନ୍ଦ କରି ନିଉଟ୍ରାଲ ରେ ଆସୁଥିଲା । ୧୭ ନମ୍ବର ବୁଲାଣିରେ ଅଟ ଟି ଭାରସାମ୍ୟ ହରାଇ ଖସିପଡିଥିଲା

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ରଣପୁର :- ରଣପୁର ଉପର ମଣିନାଗ ପୀଠରେ ଆଜି ମଧ୍ୟହ୍ନରେ ଏକ ଅଟ୍ ଓଲଟି ପଡିବାରୁ ଅଟ୍ ରେ ବସିଥିବା ୭ ଜଣ ଗୁରୁତର ଆହାତ ହୋଇଥିବା ବେଳେ ୨ ଜଣ ଶିଶୁ ଅଲ୍ପକେ ବତିଯାଇଥିବା ଜଣାଯାଇଛି । ଆଜି ଅପରାହ୍ନରେ ପୁରୀ ଅଚଂଳର କିଛି ବ୍ୟକ୍ତି ୩ ଟି ଅଟ ରେ ରଣପୁର ମଣିନାଗ ବୁଲିବା ପାଇଁ ଆସିଥିଲେ । ସେମାନେ ତଳ ମଣିନାଗ ବୁଲିବା ପରେ ପାହାଡ ଶିର୍ଖର ରେ ଥିବା ମଣିନାଗ ଦେଖିବା ପାଇଁ ମନ ବଳାଇ ଥିଲେ । ପରେ ୩ ଅଟରେ ଆସିଥିବା ବ୍ୟକ୍ତି ମାନେ ଅଟରେ ବସିବା ପରେ ପାହାଡ ଶିର୍ଖର କୁ ଯାଇଥିଲେ ।

୧୫ ନମ୍ବର ବୁଲାଣିରେ ଅଟ ନଉଠିବାରୁ ୨ ଟି ଅଟ ସେଠାରେ ଅଟ କି ରହିଥିଲେ । ଅନ୍ୟଏକ ଅଟରେ ବସିଥିବା ବ୍ୟକ୍ତି ମାନେ ଓଲେଇବା ପରେ ଅଟ ଟି କୁ ଏକା ଡ୍ରାଇଭର ପାହାଡ ଶିର୍ଖରକୁ ନେଇଯାଇଥିଲେ । ପରେ ଅନ୍ୟ ବ୍ୟକ୍ତି ମାନେ ପାହାଡ ଶିର୍ଖର ରେ ପହିଁଚିବା ପରେ ମା କୁ ଦର୍ଶନ କରିଥିଲେ । ଦୀର୍ଘ ସମୟ ଧରି ପାହାଡ ଶିର୍ଖର ରେ ସୈାନ୍ଦର୍ଯ୍ୟ ଉପଭୋଗ କଲାପରେ ପୁରୀ ରୁ ଆସିଥିବା ଏହି ପର୍ଯ୍ୟଟକ ମାନେ ଅଟରେ ବସି ପାହାଡ ତଳକୁ ଆସୁଥିଲେ ।

ଏହି ସମୟ ରେ ଘଟିଲା ଏକ ଅଘଟଣ । ୨ ଟି ଅଟ ଷ୍ଟାଟରେ ତଳକୁ ଖସୁଥିବା ବେଳେ ଅନ୍ୟ ଏକ ଅଟ ତେଲ ବଚେଂଇବା ପାଇଁ ଷ୍ଟାଟ ବନ୍ଦ କରି ନିଉଟ୍ରାଲ ରେ ଆସୁଥିଲା । ୧୭ ନମ୍ବର ବୁଲାଣିରେ ଅଟ ଟି ଭାରସାମ୍ୟ ହରାଇ ଖସିପଡିଥିଲା । ଗାଡି ଟି ଷ୍ଟାଟ ରେ ନଥିବାରୁ ବ୍ରେକଫେଲ ହେଇଥିବା ଜଣାଯାଇଛି ।

ଏଥିରେ ବସିଥିବା ୯ ଜଣ ଙ୍କ ମଧ୍ୟରୁ ୭ ଜଣ ଆହାତ ହୋଇଥିବା ବେଳେ ୨ ଜଣ ଶିଶୁ ଅଳ୍ପକେ ବତିଯାଇଥିଲେ । ଏହି ଖବର ଜଣାପଡିବା ପରେ ତଳ ମଣିନାଗରେ ଥିବା କିଛି ଯୁବକ ଯାଇ ସେମାନଙ୍କୁ ଉଧାର କରିଥିଲେ । ପରେ ୨ ଘଂଟା ପରିଷମ ପରେ ଅଟ ଟି କୁ ଉଧାର କରାଯାଇଥିଲା । ଆହାତ ମାନଙ୍କୁ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

 

Exit mobile version