କାଶୀନଗର ବ୍ଲକ ମିନିଗାଁ ନିକଟରେଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଚାଳକର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାରପାରଳାଖେମୁଣ୍ଡ :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ମିନିଗାଁ ଗ୍ରାମ ନିକଟରେ ଗଛକୁ ପିଟି ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କାଶୀନଗର ବ୍ଲକ ପାର୍ତ୍ତଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଇମ୍ବା ଗ୍ରାମର ସୁନୀଲ ଭୂୟାଁ (୨୦) ଏକ ହିରୋହଣ୍ଡା ଗ୍ଲାମର ବାଇକ ନମ୍ବର ଓଡି ୦୭ ସି ୩୪୧୪ ଯୋଗେ ପାରଳାଖେମୁଣ୍ଡି ଠାରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ମିନିଗାଁ ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇଥିଲେ ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଯାଇଥିବା କୁହାଯାଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ବୋଲି ମୃତ ଯୁବକଙ୍କ ବଡ ଭାଇ ସୁବେନ୍ଦୁ ଭୂୟାଁ ଜଣାଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ କାଶୀନଗର ଥାନା ପୋଲିସ ପହଞ୍ଚ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ରଖିଛନ୍ତି । ଏହା ସହ ଦୁର୍ଘଟଣାସ୍ଥଳରେ ପଡିଥିବା ବାଇକଟିକୁ ମଧ୍ୟ ଜବତ କରି ଘଟଣାର ତଦନ୍ତଚଳାଇଥିବା
ନେଇ ଥାନା ସୂତ୍ରରୁ ପ୍ରକାଶ ।

Exit mobile version