ଗଜପତି ଜିଲ୍ଲାରଅଗ୍ରଣୀସ୍ବେଛାସେବୀସଂଗଠନ ସିସିଡି ପକ୍ଷରୁ ଚାଷୀଙ୍କ ସଚେତନତା ପାଇଁ ସଚେତନ ରଥର ଗୁମ୍ମା ଠାରେ ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ଠାରେ ଥିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ମଣ୍ଡିରେ ମାଣ୍ଡିଆ ବିକ୍ରି ପାଇଁ ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଛି ପାରଳାଖେମୁଣ୍ଡି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ଆନୁକୂଲ୍ୟରେ ଏହି ରଥ ଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳରେ ଆସନ୍ତା ୮ ଦିନ ପର୍ଯ୍ୟନ୍ତ ବୁଲି ସଚେତନତା କରିବ । ଏଥିରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ ସବୁଜ ପତାକା ଦେଖା ଏହାକୁ ଶୁଭାରମ୍ଭ କରିଥିଲେ । କୃଷି ବିଭାଗର ବିଏଓ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ପକ୍ଷରୁ କୁହାଯାଇଛି ଯେ, ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକରେ ମାଣ୍ଡିଆ ଚାଷ ଚାଷୀମାନଙ୍କୁ ଜୀବିକା ଯୋଗାଇଛି । ମିଲେଟ ମିଶନ ଜରିଆରେ ଏହି ଚାଷକୁ ବ୍ୟାପକ କରାଯାଇଛି ।

ଏହି ବର୍ଷ ଗୁମ୍ମା ବ୍ଲକରେ ୫୬୭ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି । ବିଗତ ଦିନରେ ସରକାରୀ ପ୍ରୋତ୍ସାହନର ଅଭାବ ଓ ବଜାରିକରଣ ଚାହିଦା ନଥିବାରୁ ମାଣ୍ଡିଆ କେବେଳ ଆଦିବାସୀ ଲୋକଙ୍କ ଖାଦ୍ୟରେ ସୀମିତ ଥିଲା । ଆଦିବାସୀ ଉନ୍ନୟନ ସମବାୟ ସମିତି ଚାଷୀଙ୍କ ଠାରୁ ସ୍ଥାନୀୟ ମଣ୍ଡି ଯୋଗେ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ସଂଗ୍ରହ କରିଥିବାରୁ ଚାହିଦା ବଢୁଛି ।

ଏହା ସହ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ପୈଠ ହେଉଥିବାରୁ ଆଦିବାସୀ ଚାଷୀମାନେ କିଛିମାତ୍ରାରେ ସଫଳ ପାଇପାରୁଛନ୍ତି କିନ୍ତୁ ଅନ୍ୟ କେତେକ ଚାଷୀ ବାହାରେ ସାହୁକାର ଓ ଅନ୍ୟ ବ୍ୟବସାୟୀଙ୍କୁ ବିକ୍ରିକରି କ୍ଷତି ସହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସିସିଡି ଅନୁଷ୍ଠାନର ଅତିରିକ୍ତ ବ୍ଲକ ସଂଯୋଜକ ପ୍ରଦୀପ ଗମାଙ୍ଗ ଚାଷୀମାନଙ୍କୁ ସର୍ବନିମ୍ନ ମୂଲ୍ୟ ଓ ପଞ୍ଜିକରଣ ନିମନ୍ତେ ଆବଶ୍ୟକ ଡକ୍ୟୁମେଣ୍ଟ ଉପରେ ଉକ୍ତ ରଥ ସଚେତନତା କରିବା ବୋଲି ସୂଚନା ଦେଇଛନ୍ତି ।

Exit mobile version