Home ଓଡ଼ିଶା କେନ୍ଦ୍ରମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ଓ ବିଜେପି ଦଳୀୟ ନେତା by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଚଂଳ ଭାବେ ପରିଚିତ ଥିବା ସହ ଏଠାରେ ବହୁ ସଂଖ୍ୟା କ ଆଦିବାସୀ ଲୋକେ ବସବାସ କରୁଥିବା ବେଳେ ବୈପାରିଗୁଡା ବ୍ଲକ ସହ ଅନ୍ୟ ବ୍ଲକ ର ଏସସି ଓ ଏସଟି ପିଲା ମାନେ ଶିକ୍ଷା ଅଧିୟନ କରିବା ପାଇଁ ଏକଲ୍ୟବ ଆର୍ଦଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ଯୋଗାଣ ମନ୍ତ୍ରୀ ବିଶେଶ୍ବଣ ଟୁଡୁ ବୈପାରିଗୁଡା ବ୍ଲକ ଗସ୍ତ କରିଥିବାର ଜଣାପଡିଛି ! ବୈପାରିଗୁଡା ବ୍ଲକର କୋଲାର ପଚଂୟତର ଟାଙ୍ଗିନିଗୁଡା ଗ୍ରାମରେ ୧୦ ଏକକର ଜାଗା ଚିହ୍ନଟ ହୋଇଥିବା ବେଳେ ବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ମଧ୍ୟ ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି !ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ଯୋଗାଣ ମନ୍ତ୍ରୀ ବିଶେଶ୍ବଣ ଟୁଡୁ,କୋରାପୁଟ ବିଧାୟକ ରଘୁରାମ ପଡାଲ,ବିଡିଓ ଅଭିମନ୍ୟୁ କବି ଶତପଥି, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ,ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା,ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, କୋଲାର ସରପଞ୍ଚ ପ୍ରଭୁନନ୍ଦ ମୁଦୁଲି, ପିଆଇଟିଡିଏ ଜଗନ୍ନାଥ ସାରକାଙ୍କ ସହ ବହୁ ସରକାରୀ କର୍ମଚାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ! ତେବେ ଆର୍ଶ୍ଚର୍ଯ୍ୟ ର କଥା ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକଙ୍କୁ ପ୍ରଶାସନ ତରଫରୁ କୌଣସି ଆଗୁଆ ସୂଚନା ପ୍ରଦାନ କରାଯାଇ ନଥିବା ସହ କାର୍ଯ୍ୟକ୍ରମ ସ୍ଥଳ ରେ ଲୋକଙ୍କ ତୁଳନା ରେ ବିଜେଡି ଓ ବିଜେପି ଦଳୀୟ ନେତା ମାନେ ଚଉକି ମାଡି ବସିଥିବାର ଦେଖା ଯାଇଛି ! ତେବେ ସାମ୍ବାଦିକ ମାନଙ୍କ କିଛି ପ୍ରଶ୍ନ ଉତର ନ ଦେଇ କେନ୍ଦ୍ର ମନ୍ତ୍ରୀ କହି ଥିଲେ ଯେ ବିଧାୟକଙ୍କୁ ଏହା ପଚାର ! ସାମ୍ବାଦିକଙ୍କ ପ୍ରଶ୍ନରେ ମନ୍ତ୍ରୀ ଖାଇଲା ହୋଇ ଯାଇଥିବା ନେଇ ସଭାସ୍ଥଳରେ ଆଲୋଚନା ଚାଲିଥିବାର ଶୁଣିବାକୁ ମିଳିଥିଲା ! ମଚଂ ସମ୍ମୁଖ ରେ ମାଳ ମାଳ ନେତା ବସିଥିବା ବେଳେ ସାମ୍ବାଦିକ ମାନଙ୍କୁ ସଭାସ୍ଥଳରେ ବସିବା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ସାଧାରଣ ରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ! ତେବେ ଏତେ ବଡ କାର୍ଯ୍ୟକ୍ରମ ବିଷୟରେ ଅଚଂଳବାସୀ କିମ୍ବା ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିବା କାହାର ଦାଯିତ୍ବ ବୋଲି ମତ ପ୍ରକାଶ ପାଉଥିଲେ ମଧ୍ୟ ତାହାର ଉତ୍ତର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ନଥିବାର ଦେଖାଯାଇଛି ! Categories: ଓଡ଼ିଶା, କୋରାପୁଟ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026