ବୈପାରିଗୁଡା ବ୍ଲକର ଚନ୍ଦ୍ରପଡା ଓ ବାଲିଗାଁ ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡ଼ କ୍ରସ ଶାଖା ଗଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ବୈପାରିଗୁଡା :- ବୈପାରିଗୁଡା ଶିକ୍ଷାବିଭାଗର ଚନ୍ଦ୍ରପଡା ଓ ବାଲିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିୟର ରେଡ଼ କ୍ରସ ଶାଖା ଗଠିତ ହୋଇ ଥିବାର ଜଣାପଡିଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜୁନିୟର ରେଡ଼ କ୍ରସ ଅଧିକାରୀ ଶ୍ରୀଯୁକ୍ତ ଯଜ୍ଞେଶ୍ବର ପଣ୍ଡା ଜୁନିୟର ରେଡ଼କ୍ରସ କାର୍ଯ୍ୟକ୍ରମରେ ଯୋଗ ଦେଇ ତୃଣମୂଳ ସ୍ତରରୁ କ୍ରିୟାଶୀଳ କରିବା ନିମନ୍ତେ ବୈପାରିଗୁଡା ବ୍ଲକର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମହୁଲି,ଚନ୍ଦ୍ରପଡା ଓ ବାଲିଗାଁ ସହିତ ସରକାରୀ ଉଚ୍ଚ ବିଦ୍ୟାଳୟ ବୈପାରିଗୁଡା,ଦୋଳପୁର ଏବଂ ବ୍ରାହ୍ମଣଗୁଡା ଯାଇ ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ କାର୍ଯ୍ୟକ୍ରମ ତଦାରଖ କରିଥିଲେ ।

ଚନ୍ଦ୍ରପଡା ଓ ବାଲିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ରେଡ଼ କ୍ରସ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବାପାଇଁ ନୂତନ ଭାବେ ଜୁନିୟର ରେଡ଼ କ୍ରସ ଶାଖା ଗଠନ କରି ଥିଲା। ଛାତ୍ରଛାତ୍ରୀମାନେ ସେବାରୂପୀ ମନ୍ତ୍ରରେ ଉଦବୁଦ୍ଧ ହୋଇ ରେଡ଼ କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଚିନ୍ତାଧାରା, ବିବେକ ଓ ବ୍ୟକ୍ତିତ୍ବ, ସଂଯମତା ଏବଂ ଏକାଗ୍ରତାର ବିକାଶ ଘଟାଇବା ସହିତ ଚରିତ୍ର ଗଠନର ସୁଯୋଗ ପାଇପାରିବେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନେ ମତବ୍ୟକ୍ତ କରିଥିଲେ। ଜୁନିୟର ରେଡ଼ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ମାନେ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । 

Exit mobile version