ଓଡ଼ିଶା ହାଇକୋର୍ଟର ଜଜ୍‌ ପଦବୀକୁ ଉନ୍ନୀତ ହେବା ପରେ ଶ୍ରୀ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ପୁରାତନ ବିଲଡିଂସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ଭୁବନେଶ୍ୱର :-  ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକଫର ଏସ୍‌. ମୁରଲୀଧର ନ୍ୟାୟମୂର୍ତ୍ତି ଶ୍ରୀ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ଜଜ୍‌ ଭାବେ ଶପଥ ପାଠ କରାଇଥିଲେ ।

ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ଅନ୍ୟ ସମସ୍ତ ବିଚାରପତି ଓ ପୂର୍ବତନ ବିଚାରପତିମାନେ ଉପସ୍ଥିତ ଥିଲେ । କୋଭିଡ୍‌ ମାର୍ଗଦର୍ଶିକାର ସମୁଚିତ ଅନୁପାଳନ କରାଯାଇ ଏହି ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବକୁ ମଧ୍ୟ ହାଇକୋର୍ଟର ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ ମାଧ୍ୟମରେ ସିଧାସଳଖ ପ୍ରସାର କରାଯାଇଥିଲା । ଦୀପ୍ତିମୟୀ ମହାପାତ୍ର

Exit mobile version