ଧନେଶ୍ୱର ଛକଠାରେ କୋରାଇ ବିଜେଡିର ଯୁବ : ଛାତ୍ର କର୍ମୀ ସମିଳନୀ – ଅନ୍ୟଦଳ ଛାଡି ୫୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର )  କୋରାଇ :- ପଂଚାୟତ ନିର୍ବାଚନ ଯେତେପାଖେଇ ଆସୁଛି ବିଭିନ୍ନ ଦଳ ତାର ଶକ୍ତିଯୋଗାଡ କରିବାଲାଗି ସଭାସମିତି କରିବାରେ ଲାଗି ପଡିଛନ୍ତି । ଏଥିରେ ବିଜେପି ଟିକେ ଆଗରେ ରହିଥିଲା ବେଳେ ବିଜେଡି ମଧ୍ୟ ପଛର ପଡିନାହି । ସେ ଆଜି ତା’ର ଯୁବକର୍ମୀମାନଙ୍କୁ ନେଇ କୋରାଇ ବ୍ଳକ୍ ଧନେଶ୍ୱର ଛକ ଠାରେ ଆୟୋଜନ କରିଥିଲା ଯୁବଛାତ୍ର କର୍ମୀ ସମିଳନୀ । ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ଅଶୋକ ବଳ ଯୋଗଦେଇ କୋରାଇର ଯୁବଶକ୍ତି ବେଶ ସ୍ୱାଭିମାନୀ ବୋଲି କହିଥିଲେ । ବିଜୁ ସ୍ୱାସ୍ଥ୍ୟକାର୍ଡ ଭଳି ଯୋଜନା କରି ମାନ୍ୟବର ମୁଖ୍ୟମବୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ବେଳେ ଯୁବକମାନେ ଗାଁ ଗାଁଁରେ ଲୋକଙ୍କୁ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଅବକତ କରାନ୍ତୁ ।

ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି କ୍ଲିନ୍‌ସ୍ୱିପ୍ କରିବାରେ ଯୁବକମାନେ ମୁଖ୍ୟ ଭୁମିକା ଗ୍ରହଣ କରିବେ ବୋଲି ଶ୍ରୀ ବଳ କହିଥିଲେ । ଜିଲା ଯୁବବିଜେଡି ସଭାପତି ପ୍ରତାପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମୀ ସ୧ିଳନୀରେ ଯୁବନେତା ଧନେଶ୍ୱର ବାରିକ, ବିଧାୟକଙ୍କ ପ୍ରତିନିଧି ତାରକେଶ୍ୱର ମହାନ୍ତି, ଯୁବନେତା ରାକେଶ ମହାନ୍ତି, ବ୍ୟାସନଗର ପୂର୍ବତନ ଉପ ନଗରପାଳ ସୁବାସି ବଳ, ବ୍ଳକ ବିଜେଡି ସଭାପତି ଭକ୍ତବତ୍ସଳ ସ୍ୱାଇଁ, ବ୍ଲକ ମହିଳା ବିଜେଡି ସଭାପତି ନିର୍ମଳା ରାଉତ, ଯୁବବିଜେଡି ସଭାପତି ପ୍ରଶାନ୍ତ ମହାପାତ୍ର, ତପସ୍ୱନୀ ଶତପଥୀ, ରଞ୍ଜନକୁମାର ଦାସ, ସରପଂଚ ସୌଭାଗ୍ୟ କୁମାର ମହାନ୍ତି, ଗଣେଶ୍ୱର ସାହୁ, ସମିତିସଭ୍ୟ ନୀଳାଦ୍ରୀ ଭୂଷଣ ସାହୁ, ବ୍ଳକ ଛାତ୍ର ସଭାପତି ଚିତରଞ୍ଜନ ଲେଙ୍କା, ଡା. ସୁରେଶ ଚନ୍ଦ୍ର ପଣ୍ଡା,

ସନ୍ତୋଷ କୁମାର ସ୍ୱାଇଁ, ବ୍ୟାସନଗର ଯୁବ ସଭାପତି ମନୋଜ ପରିଡ଼ା, ଅଞ୍ଜନ ନାୟକ, କାର୍ତିକ ଦାସ, ବସନ୍ତ ମହାକୁଡ଼, ଶଶିକାନ୍ତ ବରାଳ, ଯୁବନେତା ମାନସ କୁମାର ମହାନ୍ତି, ଗୋଲେଖ ମାଝି, ସୁଶାନ୍ତ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ପଣ୍ଡା, ଦାମ ସୁନ୍ଦର ପାଢ଼ୀ, ରମେଶ ପାଢ଼ି, ପିତାମ୍ବର ସାହୁ, ମନୋଜ କୁମାର ଲେଙ୍କା, ସାଧୁମଣି ସାହୁ, ଅଥୟ କୁମାର ମହାନ୍ତି, ରାଜେନ୍ଦ୍ର ରାଉତ, ପାର୍ଥ ସାରଥୀ ଜେନା, ପାର୍ଥ ସାରଥୀ ନାୟକ, ମୋଜିବୁର ରହେମାନ, ଶ୍ରୀକାନ୍ତ ମହାନ୍ତି, ବସନ୍ତ ପୃଷ୍ଟି, ସୁବ୍ରତ ସେଠୀ, ସୁକ ଣ୍ଣ ର୍ ରାଉତ, ପ୍ରଶାନ୍ତ କର, ଅଭିନାଶ ବଳ, ଆଲୋକ ସ୍ୱାଇଁ, ସନ୍ତୋଷ କୁମାର ତରେଇ, ଅର୍ଜ୍ଜୁନ ସାହୁ, ରୁନୁ ପରିଡ଼ା, ସତିସଚନ୍ଦ୍ର ଧଳ, ଗୋକୁଳାନନ୍ଦ ସାହୁ, ନିରଞ୍ଜନ ବାରିକ, ସ୍ୱପ୍ନାନନ୍ଦ ଦାସ, କୈଳାସ ସାହୁ, ହରିଶଙ୍କର ଗୁରୁ, ଚନ୍ଦ୍ର ଶେଖର ସାମଲ,

ଶ୍ରୀଧର ସାହୁ, ଦଶରଥ ସାହୁ, ତରୁଣ କୁମାର ନାୟକ, ଅଜୟ କୁମାର ନାୟକ, ଉମାକାନ୍ତ ମାଝୀ, ଶ୍ୟାମସୁନ୍ଦର ଯେନା, ସାରଙ୍ଗ ପ୍ରଧାନ, ବଳରାମ ରାଉତ, ଦାମସୁନ୍ଦର ପାଢୀ, ରମେଶ ପାଢୀଙ୍କ ସମେତ କୋରାଇ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ଓ ଛାତ୍ର ବିଜେଡି କାର୍ଯ୍ୟକର୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରେ ଧନେଶ୍ୱର ପଂଚାୟତର ୫୦ରୁ ଊର୍ଦ୍ଧ୍ୱ କର୍ମୀ ଅନ୍ୟ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିବାରୁ ବିଧାୟକ ଶ୍ରୀ ବଳ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶେଷରେ ବ୍ୟାସନଗର ଛାତ୍ର ବିଜେଡି ସଭାପତି ରୌମ୍ୟରଞ୍ଜନ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । କୋରାଇ ପୁଲିସ ଉପସ୍ଥିତ ରହି ଆଇନ୍ ଶୃଙ୍ଖଳା ରକ୍ଷା କରିଥିଲା ।

 

Exit mobile version