ଚାକିରୀ କାଳ ଶେଷ ହୋଇଥିବା ଅସହାୟ ବୃଦ୍ଧାଙ୍କୁ ସାହାୟତା ର ହାତ ବଢାଇଲା ସାହାଯ୍ୟ ଦି ହେଲପିଙ୍ଗ୍ ହ୍ୟାଣ୍ଡ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ବୈପାରିଗୁଡା :- ସବୁ ସମୟ ରେ ଅସହାୟ ଲୋକଙ୍କ ଗହଣରେ ପହଚଂ ସେମାନଙ୍କୁ ଉପୟୁତ ସେବା ଯୋଗାଉ ଦେଉଥିବା ସଂସ୍ଥା ସାହାଯ୍ୟ ଦି ହେଲପିଙ୍ଗ୍ ହ୍ୟାଣ୍ଡ ! ଜଣେ ଅସହାୟ ବୃଦ୍ଧା ଚାକିରୀ କାଳ ଶେଷ ହେବା ପରେ ମଧ୍ୟ ନିଜେ ଏକୁଟିଆ ରହି ବଡକଷ୍ଟରେ ଜୀବନ ଯାପନ କରୁଥିବା ବେଳେ ହଠାତ୍ ଦେହ ଖରାପ େହାଇଯିବା ଫଳରେ କୌଣସି ସ୍ଥାନ ରୁ କୌଣସି ପ୍ରକାର ସହାୟତା ନ ମିଳିବା ଖବର ପାଇବା ମାତ୍ର ସାହାଯ୍ୟ ଦି ହେଲପିଙ୍ଗ୍ ହ୍ୟାଣ୍ଡର ସଦସ୍ୟ ମାନେ ବୌପାରିଗୁଡା ସ୍ଥିତ ବୃଦ୍ଧାଶ୍ରମରେ ଛାଡି ଥିବାର ଦେଖାଯାଇଛି ! ତେବେ ଖବର ନେବାରୁ ଜଣାପଡିଛି ଯେ ଜୟପୁର ଟାଉନ ଥାନାରେ ପ୍ରଥମ ମହିଳା ଗୃହରକ୍ଷୀ ଭାବେ ପ୍ରଫୁଲ୍ଲ ପାତ୍ର ଚାକିରୀ ଆରମ୍ଭ କରିଥିଲେ !

ବଷୟ ବଢିବା ଫଳରେ ତାଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଯିବା ପରେ ବିଭାଗୀୟ ଅଧିକାରୀ ମାନେ ତାଙ୍କୁ ଡ୍ୟୁଟି ବଦଳରେ ଅଫିସ ରେ ବସି କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଥିଲେ ! ଚାକିରୀ କାଳ ଶୋଷ ହେବା ପରେ ତାଙ୍କ ବିଭାଗର କିଛି କର୍ମଚାରୀଙ୍କ ଘରେ କାମ କରୁଥିବା ସମୟରେ ଅଧିକ ସ୍ବାସ୍ଥସମସ୍ୟା ଦେଖାଯିବା ରୁ ଘର ଭିତରେ ପଡି ହଇରାଣ ହେଉଥିବା ନେଇ ଖବର ମିଳିବା ପରେ ସାହାଯ୍ୟ ଦି ହେଲପିଙ୍ଗ୍ କ୍ୟାଣ୍ଟର ମୁରଲି ପଟ୍ଟନାୟକ, କାର୍ତ୍ତିକ ରାଉତ ,ସୁଶାନ୍ତ କୁମାର ପଣ୍ଡା, ପବିତ୍ର ପାତ୍ର, ଜିତେନ୍ଦ୍ର ମହାପାତ୍ର ,ମୁନା ମହାପାତ୍ର ,ଶ୍ରୀକାନ୍ତ ଦାସ, ଜୟନ୍ତ ଦାସ, ରାମ ପାଣିଗ୍ରାହୀ, ବୁଲା ସାହୁ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ପ୍ରଫୁଲ୍ଲ ରହୁଥିବା ଭଡା ଘରରୁ ବାହାରକୁ କାଢି ବୈପାରିଗୁଡା ସ୍ଥିତ ମୁଣ୍ଡାଗୁଡାରେ ଥିବା ବିସିଏ ବରିଷ୍ଟ ନାଗରିକ ନିବାସରେ ଭର୍ତ୍ତି କରିଥିଲେ ! 

Exit mobile version