ଧମକଚମକ ସହ ଜୀବନରୁ ମାରି ଦେବା ଅଭିଯୋଗରେ ଜଣେ ଯୁବକ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ଅନ୍ତର୍ଗତ ଗୁଣ୍ଠାଗୁଡା ଗ୍ରାମର ଜଣେ ଯୁବକ ବେସରକାରୀ ସଂସ୍ଥା ଜେଏମସି ମୋଗା ଓ୍ବାଟର ପ୍ରକଳ୍ପର ଜଣେ ସିକ୍ୟୁରିଟି ଗାର୍ଡ ଓ ସେହି ବିଭାଗର ଜଣେ ବ୍ୟକ୍ତି ଙ୍କୁ ଧମକଚମକ ଦେଇ ଟଙ୍କା ମାଗିବା ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରାଯାଇ ଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଆଇଆଇସି ଈଶ୍ବର ତାଣ୍ଡି !

ବୈପାରିଗୁଡା ଥାନା ଅଧିକାରୀ ଈଶ୍ବର ତାଣ୍ଡି ଙ୍କ ସୂତରୁ ଜଣାପଡିଛି ଯେ ଗୁଣ୍ଠାଗୁଡା ରେ ଥିବା ଜେଏମସି ମୋଗା ଓ୍ବାଟର ପ୍ରକଳ୍ପ କୁ ରାତ୍ରି ସମୟରେ ମନୋଜ ବାରିକ ନାମକ ଜଣେ ଯୁବକ ଯାଇ ସିକ୍ୟୁରିଟି ଗାର୍ଡ କୁ ଧମକଚମକ ଦେବା ସହ ବୈପାରିଗୁଡା ସଂସ୍ଥାର ମୁଖ୍ୟକୁ ଏକଲକ୍ଷ ଟଙ୍କା ଦେବା ପାଇଁ ଧମକ ଦେଇଥିଲେ !

ଯଦି ଟଙ୍କା ନ ଦେଲେ ଜୀବନରୁ ମାରିଦେବା ପାଇଂ ମଧ୍ୟ ଧମକ ମିଳିବା ପରେ ଜେଏମସି ମୋଗା ଓ୍ବାଟର ପ୍ରକଳ୍ପର ମେନେଜର ବୈପାରିଗୁଡା ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରି ଥାନାରେ ଏକ ମାମଲା ରୁଜୁ କରି ମନୋଜ କୁ ଗିରଫ କରିଥିବା ବେଳେ ୪୪୭/୪୫୨/୨୯୪/୩୨୩/୩୮୭/୫୦୬ ନମ୍ବର କେସ୍ ରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି ଥାନା ଆଇଆଇସି ଈଶ୍ବର ତାଣ୍ଡି ! 

Exit mobile version