ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ବୈପାରିଗୁଡା :- ପ୍ରଥମଥର ପାଇଁ ପଚଂୟାତସ୍ତରରେ ବିଜେଡି ଦଳର ବିଶାଳ କର୍ମୀ ସମ୍ମିଳନୀ ଆୟୋଜନ ହୋଇ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ଲକର କୈଣସି ବରିଷ୍ଟନେତା କିମ୍ବା ପଦପଦବୀ ରେ ଥିବା କର୍ମୀଙ୍କ ଦେଖା ମିଳିନଥିବା ବେଳେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ ରଘୁରାମ ପଡାଲ, ମୁଖ୍ୟବକ୍ତା ପଟାଙ୍ଗି ନିର୍ବାଚନ ମଣ୍ଡଳର ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ, ସମ୍ମାନୀୟ ଅତିଥି ବ୍ଲକ ପୂର୍ବତନ ସଭାପତି ବିଜୟ ସାମନ୍ତରାୟ, ଜିଲ୍ଲା ମହିଳା ମୋର୍ଚ୍ଛା ଲତା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ !

ବୈପାରିଗୁଡା ବିଜୁ ଜନତା ଦଳର ଦୋରାଗୁଡା ପଚଂାୟତ ବାସୀଙ୍କ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଥିବା ବେଳେ ପଟାଙ୍ଗି ନିର୍ବାଚନ ମଣ୍ଡଳର ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ ସଭା ପରିଚାଳନା କରିଥିଲେ ! ବୈପାରିଗୁଡା ବ୍ଲକର ବିନା ନେତାରେ ମଧ୍ୟ ବିଧାୟକ ରଘୁରାମ ପଡାଲ,ପଟାଙ୍ଗି ନିର୍ବାଚନ ମଣ୍ଡଳର ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ,ପୂର୍ବତନ ବ୍ଲକ ସଭାପତି ବିଜୟ ସାମନ୍ତରାୟଙ୍କ ନେତୃତ୍ୱ ଦୋରାଗୁଡା ଓ ମାଠପଡା ପଚାୟତର ୫୦ ରୁ ଉର୍ଦ୍ଧ ଲୋକେ ବିଜେଡି ଦଳରେ ଯୋଗଦାନ କରିଥିବାର ଜଣାପଡିଛି !
