ରାଜ୍ୟ ସଂସ୍କୃତି ବିଭାଗର ଶାସନ ସଚିବ ଓ ନିର୍ଦ୍ଧେଶକଙ୍କ ଗଜପତି ଜିଲ୍ଲା ଗସ୍ତ

ଓଡ଼ିଶା ତାଜା ନିୟୁଜ୍ (୪ ନଭେମ୍ବର ଗୁରୁବାର) ପାରଳାଖେମୁଣ୍ଡି :- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଓ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭା ଗୃହରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ଏହି ବୈଠକରେ ସଭାପତିତ୍ୱ ଜିଲ୍ଲା ପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସଭାପତିତ୍ୱ କରିଥିଲା ବେଳେ ସମସ୍ତ ବ୍ଳକର କଳା ସଙ୍ଘର କଳାକାର ମାନେ ଯୋଗ ଦେଇ ଥିଲେ।ପ୍ରଥମେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଛକଠାରୁ ମାନ୍ୟବର ସଚିବ ଏବଂ ନିର୍ଦ୍ଦେଶକଙ୍କୁ ଗଜପତିର କଳାକାରମାନେ ବିଭିନ୍ନ ଲୋକ ନୃତ୍ୟ ମାଧ୍ୟମରେ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭା ଗୃହକୁ ପାଛୋଟି ନେଇ ଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ପଞ୍ଚାୟତ ସମିତିର କଳାସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଥିଲେ ।

Exit mobile version