ସ୍ଵର୍ଣ୍ଣିମ ବିଜୟ ବର୍ଷ ସମାରୋହରେ ସହରରେ ସ୍ଵତନ୍ତ୍ର ମିଶାଲ ଶୋଭାଯାତ୍ରା

ଏବଂ ସ୍ଵତନ୍ତ୍ର ଅଧିକାରୀଙ୍କ ଦ୍ଵାରା ରାଜପ୍ରାସାଦରେ ରାଜା ତଥା ବ୍ରିଗେଡିୟର ଶ୍ରୀଯୁକ୍ତ କେ ପି ସିଂହଦେଓଙ୍କୁ ସମ୍ବର୍ଦ୍ଧିତ, ଢେଙ୍କାନାଳ

ଓଡ଼ିଶା ତାଜା ନିୟୁଜ୍ (୪ ନଭେମ୍ବର ଗୁରୁବାର) ଢେଙ୍କାନାଳ :- ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସ୍ଵର୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ପ୍ରତିରକ୍ଷା ବିଭାଗ ଓଡ଼ିଶା ଶାଖାର ୧୨୦ ବାଟାଲିୟନ ପକ୍ଷରୁ କର୍ନେଲ୍ ଶ୍ରୀଯୁକ୍ତ ରିଷି ୱାହିଙ୍କ ନେତୃତ୍ୱରେ ୩୦ ଜଣ ଅଧିକାରୀ ସ୍ଵତନ୍ତ୍ର ବିଜୟ ମିଶାଲ ଶୋଭାଯାତ୍ରାରେ ଆସି ୧୯୭୧ ମସିହାର ଯୁଦ୍ଧରେ ଢେଙ୍କାନାଳ ଲୋକସଭା ସଦସ୍ୟ ଥାଇ ଯୁଦ୍ଧରେ ଭାଗନେଇ ଥିବା ପ୍ରଥମ ଯୋଦ୍ଧା ଏବଂ ରାଷ୍ଟ୍ରପତି ପଦକ ପାଇଥିବା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ବ୍ରିଗେଡ଼ିୟର ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଢେଙ୍କାନାଳ ରାଜପ୍ରାସାଦରେ ପ୍ରତିରକ୍ଷା ବିଭାଗ ଅରନିଲ୍ ଲେଫ୍ଟନାଣ୍ଟ କର୍ନେଲ୍ ଶ୍ରୀଯୁକ୍ତ ଏମ୍ କେ ମଲ ଏକ ବିଜୟ ମଶାଲ ଶୋଭାଯାତ୍ରାରେ ଆସିଥିବା ଅଧିକାରୀମାନେ ବିଜୟ ମଶାଲକୁ ସଲାମୀ ଦେଇ ଶ୍ରୀଯୁକ୍ତ ସିଂହଦେଓଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ବ୍ରିଗେଡିୟର ଶ୍ରୀଯୁକ୍ତ ସିଂହଦେଓ ତାଙ୍କର ସେହି ଯୁଦ୍ଧର ଅନୁଭୂତି ପ୍ରକାଶ କରିଥିଲେ। ବିଶେଷକରି ସେହି ଯୁଦ୍ଧ ସମୟରେ ପିନ୍ଧିଥିବା ଟୋପିକୁ ସାଇତି ରଖି ଆଜି ପିନ୍ଧି ମୁଁ ଗର୍ବ ଅନୁଭବ କରୁଛି ଏବଂ ବର୍ତ୍ତମାନ ସମୟରେ ଆଜିର ଯୁବସମାଜ ନିଜ ମାଟି ମା ର ରକ୍ଷା ନିମନ୍ତେ ପ୍ରତିରକ୍ଷା ବିଭାଗରେ ଯୋଗଦେଇ ଦେଶପାଇଁ ଉତ୍ସର୍ଗୀକୃତ ସେବା କରି ଭାରତ ବର୍ଷର ଗାରିମା ଦେଶର ଗୌରବ ଆଣିବା ପାଇଁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜମାତା ରାଣୀ ସାବିତ୍ରୀ ଦେବୀ, ଯୁବରାଜ ଶ୍ରୀ ଅମର ଜ୍ୟୋତି ସିଂହଦେଓ ଏବଂ ରାଜପରିବାରର ସମସ୍ତ ସଦସ୍ୟ ସମେତ ଆକାଶ ବାହୀନିର ପୂର୍ବତନ ଉଇଙ୍ଗ୍ କମାଣ୍ଡର ଶ୍ରୀଯୁକ୍ତ ବିରଜା ଶଙ୍କର ସିଂହଦେଓ, ଟିଟିଲାଗଡ଼ର ଅବସରପ୍ରାପ୍ତ କର୍ନେଲ୍ ଶ୍ରୀଯୁକ୍ତ ଏସ୍ କେ ପାଢ଼ୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସ୍ଥାନୀୟ ଏନ୍ ସି ସି ଅଫିସର୍, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। 

Exit mobile version