ଘର ଉପରକୁ ଦ୍ରୁତଗାମୀ ଟ୍ରକ ମାଡ଼ିଯିବା ଘଟଣା, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୪ ନଭେମ୍ବର ଗୁରୁବାର ) କଳାହାଣ୍ଡି :- ପୋଖରୀବନ୍ଧ-ଭବାନୀପାଟଣା ଛଅ ନମ୍ବର ରାଜ୍ୟ ରାଜପଥର ସିକେରକୁପା ଛକ ନିକଟରେ ଭାରସାମ୍ୟ ହରାଇ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଟ୍ରକ ମାଡିଯିବା ଘଟଣାରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । କ୍ଷତିପୂରଣ ପ୍ରଦାନ ଦାବିରେ ପରିବାର ଲୋକେ ଓ ସିକେରକୁପା ଗ୍ରାମବାସୀ ଆଜି ଦିନ ୧୧ଟାରୁ ରାସ୍ତାରୋକ କରିବା ପରେ ଦୀର୍ଘ ସମୟ ଧରି ପୋଖରୀବନ୍ଧ-ଭବାନୀପାଟଣା ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା ।

ଏପରିକି ରାସ୍ତା ଅବରୋଧ ଯୋଗୁଁ ଆଇନଶ୍ରୁଙ୍ଖଳା ପରିସ୍ଥିତି ସ୍ରୃଷ୍ଟି ହେବା ପରେ କେସିଙ୍ଗା ଏସ୍ ଡିପିଓ ଏସ୍. ସୁଶ୍ରୀ, ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ନର୍ଲା ଥାନାଧିକାରୀ ରେଣୁକା ସୁନା, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ନେତ୍ରୃତ୍ବରେ ପୁଲିସ ବାହିନୀ ଶାନ୍ତିଶ୍ରୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିଲେ । ପରେ କ୍ଷତିଗ୍ରସ୍ତ ପରିବାର ଓ ଟ୍ରକ ମାଲିକ ମଧ୍ୟରେ ଆଲୋଚନା ତଥା ପୁଲିସ ଓ ପ୍ରଶାସନର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । 

Exit mobile version