ମମିତା ମେହେର ହତ୍ୟାକାଣ୍ଡର ଖଳନାୟକ ଗୋବିନ୍ଦ ସାହୁ ସହ ଘନିଷ୍ଠ ସମ୍ପର୍କ ଥିବା : ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବୀରେ ନର୍ଲା ବିଜେପି ତରଫରୁ ପଲମ ଫାଣ୍ଡିରେ ମାମଲା

ଓଡ଼ିଶା ତାଜା ନ୍ୟୁଜ୍ (୪ ନଭେମ୍ବର ଗୁରୁବାର ) କଳାହାଣ୍ଡି :- ରାଜ୍ୟର ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡର ଖଳନାୟକ ଉକ୍ତ ବିଦ୍ୟାଳୟର ମାଲିକ ଗୋବିନ୍ଦ ସାହୁ ଗିରଫ ହୋଇ ଜେଲ୍ ଯିବା ପରେ ମଧ୍ୟ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡି ନାହିଁ। ଏହି ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ଓ କଂଗ୍ରେସ। ଏହି କ୍ରମରେ ନର୍ଲା ବ୍ଲକ ଅଧିନ ପଲମ ଠାରେ ବିଜେପି ତରଫରୁ ଜିଲ୍ଲା ଉପ ସଭାପତି ଅନିରୁଦ୍ଧ ପଧାନଙ୍କ ନେତୃତ୍ୱ ଓ ରୁପ୍ରା ମଣ୍ଡଳ ସଭାପତି କିର୍ତ୍ତିଚନ୍ଦ୍ର ମାହାରଙ୍କ ଆହ୍ୱାନ କ୍ରମେ ଏକ ବିଶାଳ ଶୋଭାଯାତ୍ରା ପଲମ ଜଗନ୍ନାଥ ମନ୍ଦିର ଠାରୁ ବାହାରି ବିଭିନ୍ନ ନାରାବାଜି କରିବା ସହ ପଲମ ଫାଣ୍ଡିରେ ପହଞ୍ଚିଥିଲେ ।

ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡାଙ୍କୁ କ୍ୟାପଟେନ୍ ଶ୍ରୀ ମିଶ୍ରଙ୍କ ଗିରଫ ଦାବୀ ଓ ମମିତା ମେହେର ଘଟଣାର ସିବିଆଇ ତଦନ୍ତ ଦାବୀକରି ମାମଲା ଦାୟର କରିଥିଲେ । ଏହି କାର୍ଯ୍ୟକ୍ରମରେ ସରିଆଁ ମଣ୍ଡଳ ସଭାପତି ସଞ୍ଜୟ ମାଝୀ, କଶୃପଡା ମଣ୍ଡଳ ସଭାପତି ହେମ ପୁଝାରୀ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶ୍ରୀକାନ୍ତ ହୋତା, ଜିଲ୍ଲା କାର୍ଯ୍ୟକାରୀଣୀ ସଦସ୍ୟ ପଦ୍ମଲୋଚନ ମିଶ୍ର, ସରୋଜ ସେଠ, ଧନୁର୍ଜୟ ବାରିକ ଓ ଦିବାକର ବାଗ,

ନର୍ଲାବ୍ଲକ ସଂଯୋଜକ ସୁରେଶ ଭୋଇ, ଯୁବମୋର୍ଚ୍ଚାର ମୋତିରଞ୍ଜନ ସାହୁ, ଜିଲ୍ଲା ଏସ୍.ସି ମୋର୍ଚ୍ଚା ସମ୍ପାଦକ ପଦ୍ମରାମ ବାଗ, କୃଷକ ମୋର୍ଚ୍ଚା ଉପସଭାପତି ତପନ ପଧାନ,  ରୁପ୍ରା ମଣ୍ଡଳ ସମ୍ପାଦକ ନବିନ ପଧାନ, ଯୁବମୋର୍ଚ୍ଚା ସଭାପତି ଦିନେଶ ସାହୁ, ବରିଷ୍ଠ କର୍ମୀ ନାରାୟଣ ସାହୁ, ମହିଳା ମୋର୍ଚ୍ଚା ସଦସ୍ୟା ଲକ୍ଷ୍ମୀପ୍ରିୟା ବାରିକ ଓ ସଞ୍ଜୁ ସାହୁଙ୍କ ସମେତ ସୁବ୍ରତ ପଧାନ, ବଳରାମ ଭୋଇ, ମୁସ୍କୁଟି ପଞ୍ଚାୟତ ପୂର୍ବ ସରପଞ୍ଚ ଭଗବାନ ବାଗ, ତନୁରାମ ମାଝୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ମହିଳା ଉପସ୍ଥିତ ଥିଲେ । 

Exit mobile version