ବିଜେଡି ଛାଡ଼ିଲେ ସଂଜୀବ ସାହୁ : ଇସ୍ତଫା ପତ୍ରକୁ ଦଳ ସୁପ୍ରିମୋଙ୍କ ପାଖକୁ ପଠାଇଲେ

ଓଡ଼ିଶା ତାଜା ନ୍ୟୁଜ୍ (୪ ନଭେମ୍ବର ଗୁରୁବାର ଭୁବନେଶ୍ୱର :- ପୂର୍ବତନ ମନ୍ତ୍ରୀ ଓ ବିଜେଡ଼ିର ବରିଷ୍ଠ ନେତା ସଞ୍ଜୀବ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ହେଲେ ସେ କେଉଁ ଦଳରେ ଯୋଗଦେବେ ସ୍ପଷ୍ଟ କରି ନ ଥିଲେ ହେଁ ବିଜେପିରେ ଯୋଗଦେବେ ବୋଲି ଓଡ଼ିଶା ତାଜା ନ୍ୟୁଜ୍ କୁ ପରୋକ୍ଷ ସୂଚନା ଦେଇଛନ୍ତି I

ସଂଜୀବ ବାବୁ ୨୦୦୦ରୁ କ୍ରମାଗତ ୪ ଥର ବିଧାନସଭାକୁ ନିର୍ବାଚିତ ହେବା ସହ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ I ସେ ୨ ଥର ବୀରମହାରାଜପୁର ଏବଂ ୨ ଥର ଆଠମଲ୍ଲିକରୁ ଥିଲେ ବିଧାୟକ । ତେବେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା । ସେବେଠାରୁ ତାଙ୍କର ଦଳରେ ଗୁରୁତ୍ୱ ରହୁ ନଥିଲା I ସେଥିପାଇଁ ଶ୍ରୀ ସାହୁ ଦଳ ଛାଡ଼ିଥିବା କୁହାଯାଉଛି I ବିଜେପିରେ ଯୋଗ ପରେ ତାଙ୍କର ଗୁରୁତ୍ବ କେତେ ରହୁଛି ଦେଖିବା କଥା I

 

Exit mobile version