Home କୋରାପୁଟ କର୍ତ୍ତବ୍ୟରତ ସମ୍ବାଦିକ ମାନଙ୍କ ସମାଜିକ ସୁରକ୍ଷା ଉପରେ ଦିଆଯିବ ଗୁରୁତ୍ବ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ଝାରସୁଗୁଡ଼ା :- ଝାରସୁଗୁଡ଼ା ଠାରେ ରବିବାର ଓଡିଶା ସାମ୍ବାଦିକ ୟୁନିଅନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ । ଏହି ଅବସରରେ ରାଜ୍ଯ ସଭାପତି, ଏନୟୁଜେର ମହାସଚିବ ତଥା ଭାରତୀୟ ପ୍ରେସ୍ ପରିଷଦର ସଦସ୍ଯ ପ୍ରସନ୍ନ କୁମାର ମହାନ୍ତି ଯୋଗ ଦେଇଥିଲେ । ରବିବାର ଆୟୋଜିତ ହୋଇଥିବା ସମାରୋହରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ସୁରେଶ ଚନ୍ଦ୍ର ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତି ସ୍ବତନ୍ତ୍ର ଅତିଥି ଭାବେ ଶ୍ରୀ ଯୁକ୍ତ ପ୍ରସନ୍ନ ମହାନ୍ତି ଏବଂ ଓଡିଶା ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଯୋଗଦେଇଥିଲେ । ଏହି ସମୟରେ ଝାରସୁଗୁଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ମହାନ୍ତି ଏକ ସୌଜନ୍ୟ ମୂଳକ ବୈଠକରେ ଯୋଗଦେଇ ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯିବା ଉପରେ ସେ ନିଶ୍ଚିତ ଗୁରୁତ୍ବ ଦେବେ ବୋଲି ଶ୍ରୀ ମହାନ୍ତି କହିଥିଲେ । ସେହିପରି ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ଜଳାଞ୍ଜଳୀ ଦେଇ ସମାଜ ପାଇଁ ଅନବରତ କାର୍ଯ୍ୟ ଚାଲିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ସ୍ବାସ୍ଥ୍ୟ ବୀମା ସହିତ କରୋନା କାଳରେ ଆକ୍ରାନ୍ତ ହୋଇ ଜୀବନ ଦେଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିମନ୍ତେ ଯେଉଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ବୋଲି ସେ ସାଧୁବାଦ ମଧ୍ୟ ଜଣାଇଥିଲେ । ଅନ୍ଯ ପକ୍ଷରେ ମାଓ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ର ସୁରକ୍ଷା ଓ ନିରାପତ୍ତା ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୁ ପରାମର୍ଶ ଦିଆଯିବା ଉପରେ ଗୁରୁତ୍ଵ ଆରୋପ କାରାଯାଇଥିଲା । ଏ ସଂକ୍ରାନ୍ତ ରେ ଅନୁଧ୍ୟାନ କରି ରିପୋର୍ଟ କରିବା ପାଇଁ ଗଠିତ ସବ କମିଟିରେ ସଭ୍ୟ ଭାବେ ଶ୍ରୀ ମହାନ୍ତି ଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଛି । ଏଠାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ଉପସଭାପତି ଉପନ ଚରଣ ସାହୁ, ରାଜ୍ୟ ସମ୍ପାଦକ ରବିନ୍ଦ୍ର ମିଶ୍ର, ପୁର୍ବତ୍ତନ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାମନ୍ତରାୟ, ଆଚାର୍ଯ୍ୟ ବିଶ୍ବରଞ୍ଜନ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପରୀକ୍ଷତ ବିଶ୍ଵାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶରତ ନାୟକ, କାର୍ଯ୍ୟ କାରିଣୀ ସଦସ୍ୟ ସୁମନ୍ତ ବହିଦାର ଙ୍କ ସହିତ ଜିଲ୍ଲା ସଂଘର ସଭାପତି ଜିଲ୍ଲା ସଭାପତି ବ୍ଯାସଦେବ ପଣ୍ଡା, ଉପସଭାପତି ବଂଶୀ ଗୌଡ଼, ସାଧାରଣ ସମ୍ପାଦକ ଭରତ ପାତ୍ର, ସମ୍ପାଦକ ଦୀଲେଶ୍ବର ବାଘ ପ୍ରମୁଖ ଉପସ୍ଥିତ ଥିଲେ । Categories: କୋରାପୁଟ, ହୋମ୍ Related Content ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବିରୁଡ଼ା ପଞ୍ଚାୟତରେ ସଫେଇ କାର୍ଯ୍ୟକ୍ରମ ଓ ଭୋଟ୍ ଚୋରି ବିରୋଧୀ ପଦଯାତ୍ରା by Proprietor Abhimanyu Maharana October 26, 2026 ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ by Proprietor Abhimanyu Maharana October 26, 2026 କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା by Proprietor Abhimanyu Maharana October 26, 2026 Shree Usha Diagnostics powered by CureBay Lights Up Tankapani Road in Pink for Breast Cancer Awareness Month by Proprietor Abhimanyu Maharana October 26, 2026 ବାଜା ବାଣ ରୋଷଣୀରେ ହେଲା କୁଆଁରୀ ବିବାହ by Proprietor Abhimanyu Maharana October 26, 2026 କଟକ ସଦର ଅଞ୍ଚଳରେ ଭଷାଣୀ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ by Proprietor Abhimanyu Maharana October 25, 2026