Home କୋରାପୁଟ କର୍ତ୍ତବ୍ୟରତ ସମ୍ବାଦିକ ମାନଙ୍କ ସମାଜିକ ସୁରକ୍ଷା ଉପରେ ଦିଆଯିବ ଗୁରୁତ୍ବ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ଝାରସୁଗୁଡ଼ା :- ଝାରସୁଗୁଡ଼ା ଠାରେ ରବିବାର ଓଡିଶା ସାମ୍ବାଦିକ ୟୁନିଅନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ । ଏହି ଅବସରରେ ରାଜ୍ଯ ସଭାପତି, ଏନୟୁଜେର ମହାସଚିବ ତଥା ଭାରତୀୟ ପ୍ରେସ୍ ପରିଷଦର ସଦସ୍ଯ ପ୍ରସନ୍ନ କୁମାର ମହାନ୍ତି ଯୋଗ ଦେଇଥିଲେ । ରବିବାର ଆୟୋଜିତ ହୋଇଥିବା ସମାରୋହରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ସୁରେଶ ଚନ୍ଦ୍ର ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତି ସ୍ବତନ୍ତ୍ର ଅତିଥି ଭାବେ ଶ୍ରୀ ଯୁକ୍ତ ପ୍ରସନ୍ନ ମହାନ୍ତି ଏବଂ ଓଡିଶା ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଯୋଗଦେଇଥିଲେ । ଏହି ସମୟରେ ଝାରସୁଗୁଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ମହାନ୍ତି ଏକ ସୌଜନ୍ୟ ମୂଳକ ବୈଠକରେ ଯୋଗଦେଇ ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯିବା ଉପରେ ସେ ନିଶ୍ଚିତ ଗୁରୁତ୍ବ ଦେବେ ବୋଲି ଶ୍ରୀ ମହାନ୍ତି କହିଥିଲେ । ସେହିପରି ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ଜଳାଞ୍ଜଳୀ ଦେଇ ସମାଜ ପାଇଁ ଅନବରତ କାର୍ଯ୍ୟ ଚାଲିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ସ୍ବାସ୍ଥ୍ୟ ବୀମା ସହିତ କରୋନା କାଳରେ ଆକ୍ରାନ୍ତ ହୋଇ ଜୀବନ ଦେଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିମନ୍ତେ ଯେଉଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ବୋଲି ସେ ସାଧୁବାଦ ମଧ୍ୟ ଜଣାଇଥିଲେ । ଅନ୍ଯ ପକ୍ଷରେ ମାଓ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ର ସୁରକ୍ଷା ଓ ନିରାପତ୍ତା ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୁ ପରାମର୍ଶ ଦିଆଯିବା ଉପରେ ଗୁରୁତ୍ଵ ଆରୋପ କାରାଯାଇଥିଲା । ଏ ସଂକ୍ରାନ୍ତ ରେ ଅନୁଧ୍ୟାନ କରି ରିପୋର୍ଟ କରିବା ପାଇଁ ଗଠିତ ସବ କମିଟିରେ ସଭ୍ୟ ଭାବେ ଶ୍ରୀ ମହାନ୍ତି ଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଛି । ଏଠାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ଉପସଭାପତି ଉପନ ଚରଣ ସାହୁ, ରାଜ୍ୟ ସମ୍ପାଦକ ରବିନ୍ଦ୍ର ମିଶ୍ର, ପୁର୍ବତ୍ତନ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାମନ୍ତରାୟ, ଆଚାର୍ଯ୍ୟ ବିଶ୍ବରଞ୍ଜନ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପରୀକ୍ଷତ ବିଶ୍ଵାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶରତ ନାୟକ, କାର୍ଯ୍ୟ କାରିଣୀ ସଦସ୍ୟ ସୁମନ୍ତ ବହିଦାର ଙ୍କ ସହିତ ଜିଲ୍ଲା ସଂଘର ସଭାପତି ଜିଲ୍ଲା ସଭାପତି ବ୍ଯାସଦେବ ପଣ୍ଡା, ଉପସଭାପତି ବଂଶୀ ଗୌଡ଼, ସାଧାରଣ ସମ୍ପାଦକ ଭରତ ପାତ୍ର, ସମ୍ପାଦକ ଦୀଲେଶ୍ବର ବାଘ ପ୍ରମୁଖ ଉପସ୍ଥିତ ଥିଲେ । Categories: କୋରାପୁଟ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026