ଓଡ଼ିଶରାଜ୍ୟ ଶିଶୁଅଧିକାର ସୁରକ୍ଷା ଆୟୋଗର ଏକାଦଶ ପ୍ରତିଷ୍ଠା ଦିବସରେ ଗଜପତି ଜିଲ୍ଲା ରାୟଗଡ଼ବ୍ଲକ ସିଡିପିଓ ତେରସ୍କୋଭା ମଲ୍ଲିକ ସମ୍ବର୍ଦ୍ଧିତ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାରପାରଳାଖେମୁଣ୍ଡି :- ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଏକାଦଶ ପ୍ରତିଷ୍ଠା ଦିବସ ଗତକାଲି ଭୁବନେଶ୍ୱର ସ୍ଥିତ କିଟ୍ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ସିଡିପିଓ ସମ୍ବର୍ଦ୍ଧିତ ହୋଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଓଏସସିପିଆରର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସବାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

ଅନ୍ୟତ ଅତିଥି ଭାବେ ଓଡିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ, ୟୁନିସେଫର ଓଡିଶା ମୁଖ୍ୟ ମୋନିକା ନିଲେସନ୍‌, ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସ, ପୂର୍ବତନ ବିଧାୟକ ତଥା ରାଜ୍ୟ ଶ୍ରମ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅନ୍‌ଲାଇନ ମାଧ୍ୟମରେ ସାଂସଦ ଅମର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବାର ଜଣାପଡିଛି । ଏଥିରେ ମୁଖ୍ୟତଃ ଶିଶୁମାନଙ୍କ ଅଧିକାର ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ସିଡିପିଓ ତେରେସ୍କୋଭା ମଲ୍ଲିକ ଶିଶୁ ମାନଙ୍କ ଅଧିକାର ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ସମ୍ମାନିତ ହୋଇଥିଲେ । ଏହିଖବର ପ୍ରଚାର ପ୍ରସାର ହେବା ପରେ ଗଜପତି ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ମହଲରେ ସିଡିପିଓ ତେରେସ୍କୋଭା ମଲ୍ଲିକଙ୍କୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ସେହିପରି ରାୟଗଡ ବ୍ଲକର ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଇ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Exit mobile version