ବିକାଶ ବରଗଡ଼ ର ନିଟ୍ ଏଚିଭରଙ୍କୁ ସମର୍ଦ୍ଧନା ଏବଂ ମିଟ୍ ଦ ପ୍ରେସ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାରବରଗଡ଼ :- ବରଗଡ଼ ବରାହଗୋଡା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ସମୁହର ନିକ୍ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସମର୍ଦ୍ଧନା ସଭା ଅନୁଷ୍ଠାନ ର ସମ୍ମିଳନୀ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି।ବିକାଶ ଆବାସିକ ବିଦ୍ୟାଳୟ ର ଅଧକ୍ଷ ଶିଶିର କୁମାର ରାଉଳଙ୍କ ଦ୍ବାରା ପରିଚାଳିତ ଏହି ଏଚିଭର ମିଟ୍ ୨୦୨୧ର ଛାତ୍ର ଛାତ୍ରୀ ମାନଙ୍କ ସଫଳତା ବିଷୟରେ ଉପାଧ୍ୟକ୍ଷ ଚିତ୍ତରଞ୍ଜନ ପତି ଉପସ୍ଥିତ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ ।

ସମର୍ଦ୍ଧନା ସଭା ରେ ବିକାଶ ଗ୍ରୁପ୍ ର ଅଧ୍ୟକ୍ଷ ଡି ମୂରଲୀ କ୍ରିଷ୍ଣା ୨୦୨୧ର ସମ୍ପୁର୍ଣ୍ଣ ଶୈକ୍ଷିକ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ର କଠିନ ପରିଶ୍ରମ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନିରନ୍ତର ଉଦ୍ୟମ ଏବଂ ବିକାଶ ର ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ସଫଳତାର କାରଣ ବୋଲି କହିଥିଲେ। ଏ ସମ୍ପର୍କରେ ସମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ସିଏଚଏସଇ ତଥା ନିଟ୍ ରେ ସର୍ବଭାରତୀୟ ୨୭ ତମ ରେଙ୍କ ରଖିଥିବା ସନାତନ ସତନାମୀ ପରି ପ୍ରତିଭା ଚିହ୍ନିତ କରି ବିକାଶ ମ୍ୟାନେଜମେଣ୍ଟ ର ଦୃଷ୍ଟି କୁ ଆଣିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏପରି ପ୍ରତିଭା ମାନଙ୍କୁ ଚିହ୍ନିତ କଲେ ବିକାଶ ସଦାସର୍ବଦା ସହଯୋଗ ର ହାତ ବଢାଇବ ବୋଲି କହିଥିଲେ। ବିକାଶ ଗ୍ରୁପ୍ ର କାର୍ଯ୍ୟ ନିର୍ବାହ ନିର୍ଦ୍ଦେଶକ ଡି ନାଗେଶ୍ଵର ରାଓ ଛାତ୍ର ଛାତ୍ରୀ ମାନଙ୍କ ସଫଳତା ରେ ସମସ୍ତ ଙ୍କୁ ପ୍ରଶ°ସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏକାଡେମୀ ନିର୍ଦ୍ଦେଶକ ଜି ରାମକୃଷ୍ଣ, ନିର୍ଦ୍ଦେଶକ ଡ଼ଃ ସମରେନ୍ଦ୍ର ପଣ୍ଡା,ସିଏଚଏସଇ ଅଧ୍ୟକ୍ଷ ମୁରାରି ପ୍ରସାଦ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସମର୍ଦ୍ଧନା ଉତ୍ସବରେ ସନାତନ ସତନାମୀ,(ଏସସି ୨୭)ରେଙ୍କ୍, ଅଦ୍ଵୈତ କୁମାର ଦାଶ, ରେବତୀ ରଞ୍ଜନ ବେହେରା,କରନ ସାହୁ, ଶୁଭଙ୍କର ପାତ୍ର,ଦେବ ଦର୍ଶନ ପାଢ଼ୀ,ଦେବ ଶିଭମ ମିଶ୍ର,ନମୀରା ବାନୁ, ସଂକଳ୍ପ ମେହେର,କେ ଶ୍ବେତା ସଂଯୁକ୍ତା, ଅମ୍ଲାନ ଜ୍ୟୋତି ସୁପକାର,ଆୟୁଷ ଦାଶ, ସତ୍ୟ ପ୍ରଜ୍ଞା ଜିଉ, ସତ୍ ଦୀପନ ଚାନ୍ଦିନୀ, ସୁରଜ୍ ପଟେଲ, ବିଶାଳ ସାହୁ,ଗୈ।ତମ କବୀର ମେ‌ହେର, ବଜରଙ୍ଗ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

Exit mobile version