ବିଶ୍ଵକର୍ମା ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଠାରେ ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ଥିଲେ । ବୈଠକରେ ବିଭିନ୍ନ ସମସ୍ୟା, ଅସମ୍ପୂର୍ଣ୍ଣ ଥିବା ଘରକୁ କିପରି ତୁରନ୍ତ ସମ୍ପୂର୍ଣ୍ଣ ହୋଇପାରିବ ଓ ଶ୍ରମିକ ମାନଙ୍କ ପଞ୍ଜିକରଣ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ବିଧାୟକ ଙ୍କ ସମେତ ଶ୍ରମିକ ସଂଘର ସଭାପତି ଭାଗିରଥି ଦଣ୍ଡିଆ, ସମ୍ପାଦକ ଅଜୟ ବିନ୍ଧାଣି, ସୀମାଞ୍ଚଳ ପାତ୍ର ପରାମର୍ଶ ଦାତା, ଉମା ଚରଣ ଦିଗାଲ, ରଜନି କାନ୍ତ ଦିଗାଲ, ସଞ୍ଜୀବ ଦିଗାଲ, ପ୍ରକାଶ ନାୟକ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ଶ୍ରମିକ ଯୋଗ ଦେଇଥିଲେ ।


 

Exit mobile version