ଗଜପତି ଜିଲ୍ଲାରଅଗ୍ରଣୀନାଟ୍ୟସଂଗଠନ କ୍ରିଏଟିଭ ଆର୍ଟସ୍ ଦ୍ବାରା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ସ୍ଵତନ୍ତ୍ର ନାଟ୍ୟ କର୍ମଶାଳା ଅନୁଷ୍ଠିତ

 ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ୱାରା ସ୍ଥାନୀୟ କବିଚନ୍ଦ୍ର ସାହି ସ୍ଥିତ କିବିଚନ୍ଦ୍ର ପାଠାଗାର ଠାରେ ଏକ ସ୍ୱତନ୍ତ୍ର ନାଟ୍ୟ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ଓଡିଆ ନାଟକୁ ବିଭିନ୍ନ ରାଜ୍ୟ ଓ ବିଶ୍ୱର ବିଭିନ୍ନ ଦେଶରେ ପ୍ରଚାର ପ୍ରସାର କରିଥିବା ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଯୋଗଦେଇ ଓଡିଆ ନାଟକ ଇତିହାସରେ ପାରଳାଖେମୁଣ୍ଡିର ଭୂମିକା, ଆଧୁନିକ ଓଡିଆ ନାଟକ, ଭାରତୀୟ ନାଟକ ଶୈଳୀ ଓ ବିଶ୍ୱର ବିଭନ୍ନ ଦେଶର ନାଟକର ବିଷୟବସ୍ତୁକୁ ବୁଝାଇଥିଲେ । ସେହିପରି ଫ୍ରାନ୍ସ, ଇଟାଲୀ, ସୁଇଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ ଇତ୍ୟାଦି ଦେଶର କଳାକାର ଆଉ ଦର୍ଶକ ଓ ଆମ ଦେଶରେ କଳାକାର, ଦର୍ଶକଙ୍କ ମଧ୍ୟରେ କିପରି ପ୍ରଭେଦ ରହିଛି ଆଲୋଚନା କରିଥିଲେ ।

କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, କ୍ରିଏଟିଭ ଆର୍ଟସର ସଭାପତି ନୃସିଂହଚରଣ ପଟ୍ଟନାୟକ ନିର୍ଦ୍ଦେଶକ
ଅର୍ଜୁନ ନାୟକ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା । ପ୍ରଥମେ ବିଭିନ୍ନ ଅନୁଷ୍ଠାନର ନୂତନ ଓ ଯୁବ କଳାକାରଙ୍କୁ ନେଇ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅଭିଜ୍ଞ କଳାକାରମାନେ ଉପସ୍ଥିତ ରହି କର୍ମଶାଳାରେ ଶିକ୍ଷା ନେବା ସହ ନିଜ ମତ ଉପସ୍ଥାପନା କରିଥିଲେ । ଉଭୟ ପର୍ଯ୍ୟାୟକୁ ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ପାଢୀ (ମୁନ୍ନା) ସଂଯୋଜନା କରିଥିଲେ । କର୍ମଶାଳା ଶେଷରେ କ୍ରିଏଟିଭ ଆର୍ଟସ ପକ୍ଷରୁ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହରର ବହୁ ଯୁବ ଓ ନୂତନ କଳାକାରଙ୍କ ସହ ଆୟୋଜନକ ଅନୁଷ୍ଠାନର ବହୁ କଳାକାରମାନେ ଉପସ୍ଥିତ
ଥିଲେ l

Exit mobile version